କରୋନା ମୁକାବିଲା ପାଇଁ କାହିଁକି ସାବୁନରେ ହାତ ଧୋଇବା ଜରୁରୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 15, 2020

କରୋନା ମୁକାବିଲା ପାଇଁ କାହିଁକି ସାବୁନରେ ହାତ ଧୋଇବା ଜରୁରୀ?

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମହାମାରୀ ବୋଲି ଘୋଷିତ ହୋଇଛି କରୋନା ଭାଇରସ (କୋଭିଡ-୧୯)। ଚୀନର ଉହାନ ସହର ଏହି ଘାତକ ଭାଇରସର କେନ୍ଦ୍ରସ୍ଥଳୀ ବୋଲି କହୁଯାଉଛି। ୨୦୧୯ ଡିସେମ୍ୱର ଶେଷ ଭାଗରୁ ଏହି ଭାଇରସ ବ୍ୟାପିଥିବା କୁହାଯାଉଛି। ଶନିବାର ସୁଦ୍ଧା ସାରା ବିଶ୍ୱରେ ୫,୭୬୪ ଜଣଙ୍କର ମୃତ୍ୟୁ ଘଟିଛି। ଚୀନ ପରେ ଇଟାଲୀ, ଇରାନ ଓ ସ୍ପେନରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତରେ ଏଯାବତ ୧୦୭ ଜଣ କରୋନାରେ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି।

ଉଭୟ କେନ୍ଦ୍ର ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ଯାଇ ହାତକୁ ବାରମ୍ୱାର ପରିଷ୍କାର କରିବାକୁ କୁହାଯାଉଛି। କାରଣ ଏହି ଭାଇରସ ପାଟି ଓ ନାକ ଦେଇ ମଣିଷର ଶରୀର ଭିତରେ ପ୍ରବେଶ କରିଥାଏ। ତେଣୁ ହାତ ମିଳାଇବା ପାଇଁ ମନା କରାଯାଉଛି। ଏଥିସହିତ କାଶି ବା କିମ୍ୱା ଛିଙ୍କିଲା ବେଳେ ମୁହଁ ଆଗରେ କପଡ଼ା ରଖିବା ପାଇଁ କୁହାଯାଉଛି। ହାତକୁ ପରିଷ୍କାର କରିବା ପାଇଁ ସାବୁନ ନହେଲେ ଆଲକହଲ ଯୁକ୍ତ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଉଛି। ହେଲେ ଏହି ସାବୁନ ଓ ଆଲକହଲ ଯୁକ୍ତ ସାନିଟାଇଜର ହାତକୁ ପରିସ୍କାର ରଖିବାରେ କିଭଳି ସାହାଯ୍ୟ କରେ ତାହା ଜାଣିବା ଜରୁରୀ।

ସାବୁନରେ ହାତ ଧୋଇଲେ କରୋନା ଭାଇରସରୁ ମୁକ୍ତି ମିଳିପାରିବ କି?

ଆମ ହାତ ବାୟୁମଣ୍ଡଳର ସଂସ୍ପର୍ଶରେ ଆସିବା ପରେ ପାପୁଲି ଏବଂ ନଖ କୋଣରେ ଅନେକ ଜୀବାଣୁ ଲାଗିଯାଇଥାଏ। ଯାହାକି ସାଧାରଣ କଥା। ଖାଲି ପାଣିରେ ହାତ ଧୋଇଲେ ଅନେକ ମାଇକ୍ରୋବସ ଧୋଇ ହୋଇଯାଏ। ହେଲେ ଜୀବାଣୁ ଯାଇନଥାଏ। ଏହା ଜମାଟ ବାନ୍ଧିବା ପରେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହି ସମସ୍ତ ଜୀବାଣୁର ଉପରି ଭାଗରେ ଲିପିଡ ଲେୟାର ରହିଥାଏ। ଯାହାକି ଖାଲି ପାଣିରେ ସଫା ହୋଇନଥାଏ। ତେଣୁ ସାବୁନ ବ୍ୟବହାର କଲେ ସେଥିରେ ଥିବା ରସାୟନିକ ପଦାର୍ଥ ଏହି ଜୀବାଣୁକୁ ନଷ୍ଚ କରି ଦେଇଥାଏ। କରୋନା ଭାଇରସ୍, ସ୍ୱାଇନ୍ ଫ୍ଲୁ ସୃଷ୍ଟି କରୁଥିବା ଜୀବାଣୁ, ଇବୋଲା, ଜିକା ଭଳି ଜୀବାଣୁ ଲିପିଡ୍ ଏନଭଲପ୍ ନାମକ ଚର୍ବି ସ୍ତରରେ ଆବଦ୍ଧ ହୋଇ ରହିଥାଏ। ତେଣୁ ସାବୁନ୍ ବ୍ୟବହାର କଲେ ହାତ ପାପୁଲିରେ ଥିବା ଏହି ଭାଇରସ ଜଳକଣା ସଦୃଶ (ହାଇଡ୍ରୋଫିଲିକ୍) ଏବଂ ତେଲଯୁକ୍ତ (ଓଲିଓଫିଲିକ୍) ଜୀବାଣୁକୁ ନଷ୍ଟ କରିଦେଇଥାଏ।

ଆଲକହଲ ଭିତ୍ତିକ ସାନିଟାଇଜରରେ ହାତ ଧୋଇଲେ କରୋନା ଭାଇରସରୁ ମୁକ୍ତି ମିଳିପାରିବ କି?

ସାବୁନ ଭଳି ହ୍ୟାଣ୍ଡ ସାନିଟାଇଜରରେ ଥିବା ଆଲକହଲ ଲିପିଡ ଏନଭଲପକୁ ଧୋଇ ଦେଇଥାଏ। ଯାହାଦ୍ୱାରା ଜୀବାଣୁ ନିଷ୍କ୍ରିୟ ହୋଇଯାଏ। ତେଣୁ ଯେଉଁ ସାନିଟାଇଜରରେ ଅତିକମରେ ୬୦% ଆଲକହଲ ଥିବ ତାକୁ ବ୍ୟବହାର କରିବା ଉଚିତ୍। ସାବୁନରେ ହାତ ଧୋଇଲା ବେଳେ ସାଧାରଣତଃ ହାତର ଉପରି ଭାଗ ଏବଂ ପାପୁଲିକୁ ସମସ୍ତ ଧୋଇଥାନ୍ତି। ହେଲେ ଏହି କ୍ଷେତ୍ରରେ ହାତର ଅଧିକାଂଶ ଭାଗକୁ ଆଲକହଲ ସାନିଟାଇଜରରେ ଧୋଇବା ଦରକାର ବୋଲି ଜଣାପଡ଼ିଛି।



from Odisha Reporter https://ift.tt/3aWqFXh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages