କରୋନା ସତର୍କତା; ମୁଖା ପିନ୍ଧି ପୂଜା କରିବେ ସେବାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 15, 2020

କରୋନା ସତର୍କତା; ମୁଖା ପିନ୍ଧି ପୂଜା କରିବେ ସେବାୟତ

ପୁରୀ(ଓଡ଼ିଶା ରିପୋର୍ଟର): ଏଣିକି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଚାହିଁଲେ ତା’ ପୂର୍ବରୁ ଦର୍ଶନାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରିବାକୁ ପଡ଼ିବ। ସେବା ପୂଜା ବେଳେ ମୁହଁରେ ମୁଖା ପିନ୍ଧିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି । ଶ୍ରୀମନ୍ଦିର ଭିତରେ ସଂକୀର୍ତ୍ତନ ଜରିଆରେ ପୂଜାପାଠକୁ ବାରଣ କରାଯାଇଛି। ଆଜି ପୁରୀରେ ଛତିଶା ନିଯୋଗ ବୈଠକରେ କରୋନା ମୁକାବିଲା ସମୀକ୍ଷା କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି।

ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଜ୍ୱର, ଥଣ୍ଡା ହୋଇଥିଲେ ଦର୍ଶନ ପାଇଁ ନ ଆସିବାକୁ ପରାମର୍ଶ ଦିଆଯାଇଛି। ପରିବାରର କେହି ବିଦେଶରୁ ଫେରିଥିଲେ ଫର୍ମରେ ସ୍ପଷ୍ଟ କରିବେ। ଶ୍ରୀମନ୍ଦିର ବାହାରେ ହେଲ୍ପ ଡେସ୍କରେ ଏହି ଫର୍ମ ଯୋଗାଇ ଦିଆଯିବ।

କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଶ୍ରୀମନ୍ଦିରରେ କେତେକ ପୂଜାବିଧି ଏବଂ ପରମ୍ପରା ଉପରେ କଟକଣା ଲାଗୁ କରାଯାଇଛି।  ସେବାପୂଜା ବେଳେ ମୁହଁରେ ମୁଖା ପିନ୍ଧିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ଭିତରେ ସଂକୀର୍ତ୍ତନ ଜରିଆରେ ପୂଜାପାଠକୁ ବାରଣ  କରାଯାଇଛି। ସେବାପୂଜା ବେଳେ ମୁହଁରେ ମୁଖା ପିନ୍ଧିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି। ଧାଡ଼ି ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଧାଡ଼ି ଭିତରେ ୨ ମିଟରର ବ୍ୟବଧାନ ରହିବ। ଭିତରକାଠ ପର୍ଯ୍ୟନ୍ତ ଧାଡ଼ିରେ ଯାଇ ଦର୍ଶନ କରିବେ ଭକ୍ତ।

ଅରୁଣ ସ୍ତମ୍ଭ, ଗରୁଡ ସ୍ତମ୍ଭ ଏବଂ କୌଣସି ଦେବା ଦେବୀ କିମ୍ବା କୌଣସି ପଦାର୍ଥ ଓ ବସ୍ତୁକୁ ଛୁଇଁବାକୁ ବାରଣ କରାଯାଇଛି।  ଜଗମୋହନ ଭିତର ଏବଂ ଅରୁଣ ସ୍ତମ୍ଭ ପାଖରେ ଭକ୍ତଙ୍କ ଗହଳି ଉପରେ କଟକଣା କରାଯିବ | ଯାତ୍ରୀମାନଙ୍କୁ ଶୃଙ୍ଖଳିତ ଭାବରେ ଜଗମୋହନ ଭିତରକୁ ଛଡ଼ାଯିବ | ଆନନ୍ଦ ବଜାରରେ ବସିବା ଏବଂ ଭୋଜନ ବ୍ୟବସ୍ଥା ଉପରେ କଟକଣା କରାଯିବ |

କରୋନାର ମୁକାବିଲା ନିମନ୍ତେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଆଯାଇଛି  ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏସ୍‌ପି, ପ୍ରଶାସନିକ ଅଧିକାରୀ, ନିତି ପ୍ରସାଶକ ଓ ସେବାୟତମାନେ ଉପସ୍ଥିତ ଥିଲେ।

କରୋନା ଭାଇରସ ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସମସ୍ତ ସତର୍କତାମୂଳକ ପଦକ୍ଷେପକୁ ଉଭୟ ସେବାୟତ, ଭକ୍ତ ଏବଂ ଶ୍ରୀମନ୍ଦିର କର୍ମଚାରୀ କିଭଳି ଗ୍ରହଣ କରିବେ ସେନେଇ ପ୍ରସ୍ତାବ ରହିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବା ପୂଜା ଉପରେ ମଧ୍ୟ କିଛିଟା ସତର୍କତା ଅବଲମ୍ବନ କରାଯିବ।

ପୁରୀରେ କରୋନା ଭଳି ଭୟଙ୍କର ଭାଇରସ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ସମ୍ପୂର୍ଣ୍ଣ  କ୍ଷମତା ପ୍ରଦାନ କରାଯାଇଛି। କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ ଉପରେ ସମସ୍ତ ନିଯୋଗ, ସେବକ ଓ ଯାତ୍ରୀମାନେ ସେମାନଙ୍କର ସହଯୋଗ ପ୍ରଦାନ ପାଇଁ ବୈଠକରେ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ରବିବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଲାଣି। ରାଜ୍ୟରେ ସତର୍କତା ସ୍ୱରୂପ ସିନେମା ହଲ, ସାଂସ୍କୃତିକ କାର୍ଯ୍ୟକ୍ରମ ଏପରିକି ସ୍କୁଲ, କୋଚିଂ ସେଣ୍ଟର ବନ୍ଦ କରି ଦିଆଗଲାଣି। ଏହାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ତା ଛଡ ପୁରୀକୁ ବିଦେଶରୁ ବହୁ ପର୍ଯ୍ୟଟକ ଆସୁଥିବାରୁ ଲୋକଙ୍କ ମନରେ କରୋନା ଭୟ ମଧ୍ୟ ରହିଛି।



from Odisha Reporter https://ift.tt/3aV3n4c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages