ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଗ୍ରାରେ ୬ ଜଣ ପର୍ଯ୍ୟଟକ କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କଞ୍ଚା ମାଂସକୁ ଛୁଇଁବା ଓ ଭଲ ଭାବେ ସିଝା ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଏସବୁ ଭିତରେ ଆଜି ଲକ୍ଷ୍ନୌ ପ୍ରଶାସନ ପକ୍ଷରୁ କରୋନାକୁ ରୋକିବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି।
ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଲକ୍ଷ୍ନୌରେ ସବୁ ପ୍ରକାରର ମାଂସ, ମାଛ ଓ ଅଧା ସିଝା ଖାଦ୍ୟର ବିକ୍ରି ଉପରେ ରୋକ ଲଗା ଯାଇଛି। ମାଂସରୁ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ମାଂସ କାଟିବା ଓ ବିକ୍ରି କରିବାକୁ ମଧ୍ୟ ଲୋକଙ୍କୁ ବାରଣ କରାଯାଇଛି।
ଲକ୍ଷ୍ନୌ ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ପ୍ରକାଶ କହିଛନ୍ତି, “ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକ ପରିବେଶକୁ ପରିଷ୍କାର ରଖିବା ଓ ଲୋକଙ୍କୁ ଅଧିକ ସିଝାଇ ଖାଦ୍ୟ ଦେବାକୁ କୁହାଯାଇଛି। ଏନେଇ ଏକ ଟିମ ଗଠନ କରାଯାଇଛି। ଯେଉଁମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। କଟକଣା ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।”
from Odisha Reporter https://ift.tt/38snxkm
No comments:
Post a Comment