ବାଇକ୍‌କୁ ପିଟିଲା ଟ୍ରକ୍‌; ଜଳିଗଲା ୨ଟି ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 4, 2020

ବାଇକ୍‌କୁ ପିଟିଲା ଟ୍ରକ୍‌; ଜଳିଗଲା ୨ଟି ଗାଡ଼ି

ଯାଜପୁର(ଗୁଲାମ ଗସ୍‌): ବାଇକ୍‌କୁ ଧକ୍କା ଦେଲା ଟ୍ରକ‌୍‍। ଫଳରେ ଜଳିଗଲା ଉଭୟ ଗାଡ଼ି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଆଜି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଘଟିଛି। ଫଳରେ ବାଇକ୍‌ରେ ଥିବା ଦମ୍ପତି ଗୁରୁତର ଭାବେ ଆହତ ହୋଇଛନ୍ତି।

ଆହତ ଦମ୍ପତି ହେଲେ ଭଦ୍ରକ ବନ୍ତ ଅଞ୍ଚଳର ତାପସ ତରେଇ ଓ ଶୁଭଲକ୍ଷ୍ମୀ ନାୟକ।  ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ବଡଚଣା ମେଡିକାଲ ଓ ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସାରୋଇ ଛକରେ ରାସ୍ତା କାମ ଚାଲୁଥିବାରୁ ଗୋଟିଏ ପାର୍ଶ୍ୱରେ ଗାଡ଼ି ଯାତାୟତ କରୁଥିଲା। ଏହି ସମୟରେ ଉଭୟ ତାପସ ଓ ଶୁଭଲକ୍ଷ୍ମୀ ବାଇକ୍‌ରେ ବନ୍ତ ଅଭିମୁଖେ ଫେରୁଥିଲେ। ଉକ୍ତ ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।

ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ଉଭୟ ପତିପତ୍ନୀଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ମେଡିକାଲ ପଠାଇଥିଲେ। ଏହି ସମୟରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହାର କିଛି ସମୟ ପରେ ହଠାତ୍‌ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଏହା ପାଖରେ ଥିବା ବାଇକ୍‌କୁ ମଧ୍ୟ ବ୍ୟାପି ଯାଇଥିଲା।

ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଗାଡ଼ିରେ ଲାଗିଥିବା ନିଆଁକୁ ଲିଭାଇଥିଲେ। ସେତେବେଳକୁ ବାଇକ୍‌ଟି ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ଟ୍ରକ୍‌ର ସମ୍ମୁଖ ଭାଗ ଜଳିଯାଇଥିଲା। ଧର୍ମଶାଳା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।



from Odisha Reporter https://ift.tt/2PLBN1i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages