ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଦୁଇ ବିଧାୟକଙ୍କ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 15, 2020

ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଦୁଇ ବିଧାୟକଙ୍କ ଇସ୍ତଫା

ଅହମଦାବଦ: ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ରହିଛି। ଏଥିପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ଏହାରି ଭିତରେ ଗୁଜରାଟ କଂଗ୍ରେସର ଦୁଇ ବିଧାୟକ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ନିର୍ବାଚନରେ ଟିକେଟ୍ ବାଣ୍ଟିବାକୁ ନେଇ ଅସନ୍ତୋଷ ପ୍ରକାଶ କରି ଦୁଇ ବିଧାୟକ ସୋମା ପଟେଲ ଏବଂ ଜେବି କାକଡିଆ ବିଳମ୍ୱିତ ରାତିରେ ଦଳର ସଭାପତିଙ୍କୁ ଭେଟିବା ପରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସୋମା ପଟେଲ ଲିମଡିର ବିଧାୟକ ହୋଇଥିବା ବେଳେ ଜେବି କାକଡିଆ ଧାରୀର ବିଧାୟକ। ସେହିପରି କଂଗ୍ରେସର ଆଉ ଦୁଇ ବିଧାୟକ ଶାସକ ଦଳ ବିଜେପି ଲିଙ୍କରେ ରହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ସୋମା ପଟେଲ ଏବଂ ଜେବି କାକଡିଆ କୋଲି ସମୁଦାୟର ଅଟନ୍ତି। ରାଜ୍ୟସଭା ପ୍ରାର୍ଥୀ ତାଙ୍କ ସମୁଦାୟରୁ ଦିଆଯାଉ ବୋଲି ସେମାନେ ଚାହୁଁଥିଲେ। ଏ ନେଇ ଦଳ ନିକଟରେ ଦାବି କରିଥିଲେ। ହେଲେ ଦାବି ଅନୁଯାୟୀ କଂଗ୍ରେସ ପ୍ରାର୍ଥୀ ନଦେବାରୁ ଅସନ୍ତୋଷ ପ୍ରକାଶ କରି ବିଧାୟକ ପଦବୀରୁ ଏହି ଦୁଇ ବିଧାୟକ ଇସ୍ତଫା ଦେଇଛନ୍ତି।

ଗୁଜରାଟରେ କ’ଣ ରହିଛି ରାଜ୍ୟସଭା ଗଣିତ?

ଗୁଜରାଟ ବିଧାନସଭାରେ ମୋଟ୍ ୧୮୨ ବିଧାୟକଙ୍କ ମଧ୍ୟରୁ ଏବେ ୧୮୦ ବିଧାୟକ ରହିଛନ୍ତି। ବିଜେପିର ୧୦୩ ବିଧାୟକ ରହିଥିବା ବେଳେ କଂଗ୍ରେସର ୭୩ ବିଧାୟକ ରହିଛନ୍ତି। ଗୁଜରାଟ କଂଗ୍ରେସ ସହିତ ବିଟିପିର ୨, ଜଣେ ଲେଖାଏଁ ଏନସିପିର ଏବଂ ସ୍ୱାଧୀନ ବିଧାୟକ ରହିଛନ୍ତି। ଅର୍ଥାତ୍ କଂଗ୍ରେସ ପାଖରେ ୭୭ ବିଧାୟକ ରହିଛନ୍ତି।

ତିନୋଟି ଆସନ ପାଇଁ ଗୁଜରାଟରେ ନିର୍ବାଚନ ହେବ। ଉଭୟ ବିଜେପି ଓ କଂଗ୍ରେସ ତିନୋଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ଗୋଟିଏ ଆସନ ଜିତିବା ପାଇଁ ୩୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଦୁଇଟି ଆସନ ପାଇଁ ମୋଟ୍ ୭୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ହେଲେ କଂଗ୍ରେସ ପାଖରେ ୭୪ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ କଂଗ୍ରେସ ପକ୍ଷରେ ଜିତିବା ସମ୍ଭବ କଷ୍ଟକର ହେବ। ଏଭଳି ସ୍ଥିତିରେ କଂଗ୍ରେସ ଗୋଟିଏ ଆସନରେ ଜିତିବ ବୋଲି ଜଣାପଡ଼ିଛି। ହେଲେ ବିଜେପି ତୃତୀୟ ଆସନକୁ ନିଜ ପକ୍ଷରେ ନେବା ପାଇଁ ଅଙ୍କ କଷୁଥିବା ସୂଚନା ରହିଛି।



from Odisha Reporter https://ift.tt/2vnj457

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages