ଅନନ୍ତନାଗରେ ନିପାତ ହେଲେ ୪ ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 15, 2020

ଅନନ୍ତନାଗରେ ନିପାତ ହେଲେ ୪ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଭାରତୀୟ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମିୟ ହୋଇଛି। ଏଥିରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗୁଳିବିନିମିୟ ଜାରି ରହିଥିବା ସୂଚନା ରହିଛି। ତେବେ କୌଣସି ଯବାନ ଆହତ ହୋଇନଥିବା ସୂଚନା ରହିଛି। ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଯାଇ ଅନନ୍ତନାଗ ଜିଲ୍ଲାର ଦିଅଲଗାମ ଅଞ୍ଚଳକୁ ଚାରି ପଟୁ ଘେରି ରହିଛନ୍ତି ଯବାନମାନେ।

 

ସୂଚନାଯୋଗ୍ୟ, ଅନନ୍ତନାଗ ଜିଲ୍ଲାର ଦିଅଲଗାମାରେ ଆତଙ୍କବାଦୀ ଲୁଚିଥିବା ଯବାନମାନେ ଖବର ପାଇଥିଲେ। ଏହାପରେ ସୁରକ୍ଷା ବାହିନୀ ସଂପୃକ୍ତ ଅଞ୍ଚଳକୁ ଘେରିଯାଇଥିଲେ। ଏହି ସମୟରେ ଘର ଭିତରେ ଲୁଚି ରହିଥିବା ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ।



from Odisha Reporter https://ift.tt/3aXOi1W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages