କାମ କରିବାକୁ ଯାଉଥିଲେ; ଚଢ଼ିଗଲା ଡମ୍ପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 4, 2020

କାମ କରିବାକୁ ଯାଉଥିଲେ; ଚଢ଼ିଗଲା ଡମ୍ପର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାସ୍ଥିତ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବଲଣ୍ଡାରେ ଡମ୍ପର ଧକ୍କାରେ ଜଣେ ଶ୍ରମିକଙ୍କ  ମୃତ୍ୟ ଘଟିଛି। ତାଙ୍କ ନାଁ ଜଣାପଡ଼ି ନାହିଁ। ସେ ବଲଣ୍ଡାରେ ଥିବା ଏକ ଜୟ ସ୍ପଞ୍ଜ କାରଖାନାରେ କାମ କରୁଥିଲେ।

ଆଜି ସକାଳ ପ୍ରାୟ ୮ଟା ୩୦ରେ ସେ ଏକ ସାଇକେଲ୍‌ରେ କାରଖାନାକୁ ଡ୍ୟୁଟି କରିବାକୁ ଯାଉଥିଲେ। ଏହି ସମୟରେ ଏକ ଡମ୍ପର ପଛ ପଟୁ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ରାସ୍ତାରେ ଦ୍ରୁତଗତିରେ ଯାନବାହନ ଚଳାଚଳ କରୁଥିବାରୁ ଏହାର ପ୍ରତିକାର କରିବାକୁ ଲୋକେ ଦାବି କରିଥିଲେ। ପୁଲିସ୍ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ବି ଜବତ କରିଛି। ଡମ୍ପର ଡ୍ରାଇଭର ଫେରାର ହୋଇଯାଇଛି।



from Odisha Reporter https://ift.tt/32PdGE2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages