କିଡନୀ ଦାନ କଲେ ଆଉ ଜଣେ ମହିଳା; ଆଜି ହେବ ତୃତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 4, 2020

କିଡନୀ ଦାନ କଲେ ଆଉ ଜଣେ ମହିଳା; ଆଜି ହେବ ତୃତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ

କଟକ(ଓଡ଼ିଶା ରିପୋର୍ଟର): “ତା’ ଦେହରେ କିଛି ରୋଗ ନ ଥିଲା। ହଠାତ୍‌ ଏକ ଦୁର୍ଘଟଣା ଘଟିଲା, ଆଉ ମୋ ବୋଉ ଆଖି ବୁଜିଲା। ମୁଁ ଯେମିତି ମା’ ଛେଉଣ୍ଡ ହୋଇଗଲି ଆଉ କେହି ଏମିତି ପରିସ୍ଥିତିର ସାମନା ନ କରୁ। ମୋ ବୋଉକୁ ପୋଡ଼ିଦେଲେ ପାଉଁଶ ହୋଇଯିବ। କିନ୍ତୁ ତା’ ଅଙ୍ଗ ଆଉ କାହା ଦେହରେ ବଞ୍ଚି ରହିଲେ ଆମେ ବି ଟିକେ ଆଶ୍ୱସ୍ତି ଲାଭ କରିବୁ।” ନିଜ ମା’ଙ୍କୁ ହରାଇବା ସତ୍ତ୍ୱେ ତାଙ୍କ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିବା ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାସଙ୍କ ପୁଅ ଏପରି ଭାବେ ନିଜ ମନର ଭାବନା ବ୍ୟକ୍ତ କରିଛନ୍ତି।

ପୂର୍ବରୁ କିଡନୀ ଦାନ କରିଥିବା ୨ ଜଣ ମହିଳା ଥିବା ବେଳେ ଏଥର ମଧ୍ୟ ଏଥିରେ ଆଉ ଜଣେ ମହିଳା ସାମିଲ ହୋଇଛନ୍ତି। ଏହି ମହିଳାଜଣକ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାସ। ଫଳରେ ଗତ ମାସ ରାଜ୍ୟରେ ୨ଟି କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ ଶେଷ ହୋଇଥିବା ବେଳେ ଆଜି ହେବ ତୃତୀୟ ଟ୍ରାନ୍ସପ୍ଲାଣ୍ଟ। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ନିଜ ମା’କୁ ହରାଇବାର ଦୁଃଖକୁ ଛାତିରେ ଚାପି ଧରି ଏପରି ନିଷ୍ପତ୍ତି ନେଇଛନ୍ତି ରାଜଲକ୍ଷ୍ମୀଙ୍କ ପୁଅ। ଗୋଟିଏ ଜୀବନ ଯାଇଥିବା ବେଳେ ତା ବଦଳରେ ଆଉ ୨ ଜୀବନ ବଞ୍ଚିଯିବ ବୋଲି କୋହଭରା କଣ୍ଠରେ ସେ କହିଛନ୍ତି।

ଏକ ଦୁର୍ଘଟଣାରେ ଗୁରୁତର ହୋଇ ହାଇଟେକ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜଲକ୍ଷ୍ମୀ ଦାସଙ୍କୁ ଗତକାଲି  ବ୍ରେନ୍ ଡେଡ୍ ଘୋଷଣା କରିଥିଲେ।  ନିଜ ଲୋକଙ୍କୁ ହରାଇବା ଦୁଃଖରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ସତ୍ତ୍ୱେ ତାଙ୍କ ଜୀବନ ଯେପରି ବ୍ୟର୍ଥ ନ ଯାଉ ସେଥିନିମନ୍ତେ ଅଙ୍ଗଦାନ କରିବାକୁ ରାଜି ହୋଇଛନ୍ତି। ଆଜି ତାଙ୍କର ୨ଟି କିଡ଼ନୀକୁ ଏସ୍‌ସିବିର ଦୁଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ।

ମୟୂରଭଞ୍ଜ ଜିଲ୍ଲାର ରୀତାରାଣି ମହାନ୍ତ ଓ କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯିବ ରାଜଲକ୍ଷ୍ମୀଙ୍କ ୨ଟି କିଡ଼ନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ର ଦୁର୍ଘଟଣାରେ ଗୁରୁତର ହୋଇ ବ୍ରେନ ଡେଡ ହେବା ପରେ ଫେବୃଆରୀ ୩ ତାରିଖରେ ପରିବାର ଲୋକେ ତାଙ୍କ କିଡନୀ ଦାନ କରିଥିଲେ।   ଗତ ସପ୍ତାହରେ ଭୁବନେଶ୍ୱରର ସୁଚିତ୍ର ଦାଶ ନାମ୍ନୀ ମହିଳାଙ୍କ କିଡନୀ ଦାନ କରିଥିଲେ ପରିବାର ଲୋକେ।



from Odisha Reporter https://ift.tt/3ctVPXD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages