ଲମତାପୁଟ (ଜଗତ ଜୀବନ କଚିମ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କଞ୍ଚଣା ଗାଁରେ ଏକ କାର୍ ଭିତରୁ ଏକ ୬ ବର୍ଷର ଝିଅର ଗଳାକଟା ମୃତଦେହ ମିଳିଛି। ତାଙ୍କ ପରିବାର ଲୋକେ ଏନେଇ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।
ଗତକାଲି ରାତିରେ ଶିଶୁଟି ତାଙ୍କ ପରିବାର ଲୋକଙ୍କ ସହ ପଡ଼ୋଶୀ ଘରେ ଟିଭି ଦେଖୁଥିଲା। ହେଲେ କିଛି ସମୟ ପରେ ସେ ସେଠାରୁ ନିଖୋଜ ହୋଇଯାଇଥିଲା। ଏହାପରେ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଏହି ସମୟରେ ଗାଁରେ ଥିବା ଏକ ଅଚଳ କାର୍ ଭିତରୁ ତା’ର ମୃତଦେହ ଠାବ କରାଯାଇଥିଲା। କାର୍ଟି ଦେଢ଼ ବର୍ଷ ହେବ ଗାଁ ଭିତରେ ଅଚଳ ହୋଇପଡ଼ିଛି।
from Odisha Reporter https://ift.tt/3adF9Cq
No comments:
Post a Comment