ପୂରା ଓଡ଼ିଶା ଖାଁ ଖାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 21, 2020

ପୂରା ଓଡ଼ିଶା ଖାଁ ଖାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ସାରା ଦେଶରେ ‘ଜନତା କର୍ଫ୍ୟୁ’ ଆରମ୍ଭ ହୋଇଛି। ଏହା ରାତି ୯ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଓଡ଼ିଶା ବି ଏଥିରେ ସାମିଲ ହୋଇଛି। ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଲୋକେ ଏଥିରେ ସାମିଲ ହୋଇଛନ୍ତି ଓ ବାହାରକୁ ନ ବାହାରି ଘରେ ରହିଛନ୍ତି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିଛି। ଭୋର୍ ୪ଟାରୁ ଛାଡ଼ିଥିବା ଟ୍ରେନ୍‌ ଗୁଡ଼ିକୁ ଛାଡ଼ି ଦେଲେ ବାକି ସବୁ ଟ୍ରେନ୍ ବାତିଲ ହୋଇଛି। ରାତି ୧୦ଟା ପରେ ଯାଇ ସବୁ ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବେ। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଫଳରେ ଆଜି ସାରା ରାଜ୍ୟ ଏକ ପ୍ରକାର ଖାଁ ଖାଁ ଲାଗୁଛି। ରାସ୍ତାଘାଟ, ଦୋକାନବଜାର, ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନ ଗୁଡ଼ିକରେ ଅସମ୍ଭବ ପ୍ରକାରର ନିରବତା ଦେଖିବାକୁ ମିଳିଛି। କାଁ ଭାଁ ଲୋକେ ଯା’ଆସ କରୁଛନ୍ତି।

‘ଜନତା କର୍ଫ୍ୟୁ’ରୁ ସ୍ୱାସ୍ଥ୍ୟସେବା ଭଳି ଜରୁରୀ ସେବାକୁ ବାଦ୍ ଦିଆଯାଇଛି। ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକାଲ୍ ଷ୍ଟାଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମ୍ୟୁନିସିପାଲିଟି କର୍ମଚାରୀ ଓ ବିମାନବନ୍ଦର କର୍ମଚାରୀ ମଧ୍ୟ ସେମାନଙ୍କ କାମ କରିବେ। ପୁଲିସ୍, ରେଲୱେ, ହୋମ୍ ଡେଲିଭରୀ ଓ ଗଣମାଧ୍ୟମକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି।

‘ଜନତା କର୍ଫ୍ୟୁ’ରେ ସାମିଲ ହୋଇ ଘରେ ରହି କରୋନ୍‌କୁ ମାତ୍ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ସହିତ ବିଭିନ୍ନ ପ୍ରକାରର ଜରୁରୀ ସେବାରେ ନିୟୋଜିତ ଥିବା ଲୋକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସନ୍ଧ୍ୟା ୫ଟାରେ ଘରର ବାଲ୍‌କୋନି ଓ ଝରକା ନିକଟରେ ତାଳି ବଜାଇ କିମ୍ବା ଥାଳି ବଜାଇ କୃତଜ୍ଞତା ଜଣାଇବାକୁ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ଗତକାଲି ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନ୍ଦ ଘୋଷଣା କରାଯାଇଥିଲା। ଏଥିରେ ଘରୋଇ ବସ୍ ମାଲିକ ସଂଘ ମଧ୍ୟ ସାମିଲ ହୋଇ ବସ୍ ଚଳାଚଳ ବନ୍ଦ କରିବାକୁ ଘୋଷଣା କରିଥିଲା। ଓଡ଼ିଶା ଭଳି ଦେଶର ବିଭିନ୍ନ ପ୍ରମୁଖ ସହରଗୁଡ଼ିକ ମଧ୍ୟ ଶୂନ୍‌ଶାନ୍ ହୋଇଯାଇଛି।

 



from Odisha Reporter https://ift.tt/3bhInF4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages