ସୁଭାଷଙ୍କ ପାଇଁ ହାତ କାଟିଦେଇଥିଲେ ଜଣେ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 10, 2020

ସୁଭାଷଙ୍କ ପାଇଁ ହାତ କାଟିଦେଇଥିଲେ ଜଣେ ଅଭିନେତ୍ରୀ

ମୁମ୍ବାଇ: ସୁଭାଷ ଘାଇ ବଲିଉଡ୍‌ର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ ଓ ନିର୍ମାତା। ସେ ବହୁତ ଅଭିନେତା ଓ ଅଭିନେତ୍ରୀଙ୍କୁ ଷ୍ଟାର୍‌ କରିଛନ୍ତି। ‘କର୍ମା’, ‘ରାମ୍ ଲଖନ୍‌’, ‘ମେରି ଜଙ୍ଗ୍’, ‘ଖଲ୍‌ନାୟକ’, ‘ସୌଦାଗର’, ‘ତାଲ୍‌’ ଓ ‘ଐତରାଜ୍’ ଭଳି ଫିଲ୍ମ ସେ ତିଆରି କରିଛନ୍ତି। ଶାନ୍ତ ସ୍ୱଭାବ ଯୋଗୁ ଇଣ୍ଡଷ୍ଟ୍ରୀରେ ପ୍ରାୟ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି। ତେବେ ଆପଣ ଜାଣନ୍ତି, ଥରେ ଜଣେ ଅଭିନେତ୍ରୀ ତାଙ୍କ ଯୋଗୁ ନିଜ ହାତ କାଟି ଦେଇଥିଲେ।

ଘଟଣାଟି ତାଙ୍କର ଅନ୍ୟତମ ସୁପରହିଟ୍‌ ଫିଲ୍ମ ‘ରାମ୍‌ ଲଖନ୍‌’ର ଶୁଟିଂ ବେଳର। ଏଥିରେ ଜ୍ୟାକି ଶ୍ରଫ୍‌, ଡିମ୍ପଲ କପାଡ଼ିଆ, ଅନୀଲ କପୁର, ମାଧୁରୀ ଦୀକ୍ଷିତ୍, ରାକ୍ଷୀ, ଅମରିଶ ପୁରୀ, ପରେଶ ରାୱଲ ଓ ଅନୁପମ୍ ଖେର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏମାନଙ୍କ ବ୍ୟତୀତ ଆଉ ଜଣେ ଅଭିନେତ୍ରୀ ସୋନିକା ଗିଲ୍ ମଧ୍ୟ ଏଥିରେ ଅଭିନୟ କରିଥିଲେ। ଏହା ପୂର୍ବରୁ ସେ କେବଳ ବି-ଗ୍ରେଡ୍‌ ଫିଲ୍ମରେ ହିଁ କାମ କରିଥିଲେ। ତେଣୁ ଏହି ଫିଲ୍ମ ମାଧ୍ୟମରେ କ୍ୟାରିୟର ଗଢ଼ିବାକୁ ତାଙ୍କ ପାଖରେ ଏକ ବଡ଼ ସୁଯୋଗ ଥିଲା। କିନ୍ତୁ ସେ ସୁଭାଷଙ୍କ ମୁତାବକ୍‌ ସଟ୍‌ ଦେଇପାରୁ ନ ଥିଲେ। ତେଣୁ ସୁଭାଷ ତାଙ୍କ ଉପରେ ବାରମ୍ବାର ବିରକ୍ତ ହେଉଥିଲେ ଓ ସର୍ବସମ୍ମୁଖରେ ଗାଳି ମଧ୍ୟ କରୁଥିଲେ। ଫଳରେ ସୋନିକା ବହୁତ ଚିଡ଼ିଯାଉଥିଲେ ଓ ଚିନ୍ତାରେ ରହୁଥିଲେ।

ଫିଲ୍ମର ଶୁଟିଂ ଶେଷ ହେବା ପରେ ଏହାର ରାପ୍‌ଅପ୍‌ ପାର୍ଟିରେ ମଧ୍ୟ ଉଭୟଙ୍କ ଭିତରେ ପ୍ରବଳ ଝଗଡ଼ା ହୋଇଥିଲା। ଏହା ପରେ ସୋନିକାଙ୍କୁ ଲାଗିଲା ଯେ ସୁଭାଷ ଜାଣିଶୁଣି ତାଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କରୁଛନ୍ତି। ତେଣୁ ସେ ବହୁତ ରାଗି ଯାଇଥିଲେ। ଏହା ପରେ ସେ ନିଜ ହାତ କାଟି ଦେଇଥିଲେ। ଏ କଥା ସାମ୍ନାକୁ ଆସିବା ପରେ ଯେତେବେଳେ ସୋନିକାଙ୍କୁ ଏହା ବିଷୟରେ ପଚରଗଲା ସେ କିଛି କହି ନ ଥିଲେ। ଅନ୍ୟପକ୍ଷରେ ସୁଭାଷ କିନ୍ତୁ ମାନିଥିଲେ ଯେ ସୋନିକା ହାତ କାଟି ଦେଇଥିଲେ। ହେଲେ ଏହା ସୋନିକାଙ୍କ ବ୍ୟକ୍ତିଗତ ସମସ୍ୟା ବୋଲି ସେ କହିଥିଲେ।



from Odisha Reporter https://ift.tt/2wP73FH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages