ପ୍ରେମ ଜାଲରେ ଫସାଇଲେ, ହେଲେ ବିବାହ କରିବା ବଦଳରେ ବିକି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 10, 2020

ପ୍ରେମ ଜାଲରେ ଫସାଇଲେ, ହେଲେ ବିବାହ କରିବା ବଦଳରେ ବିକି ଦେଲେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମିଠା ମିଠା କଥା କହି ପ୍ରଥମେ ପ୍ରେମ ଜାଲରେ ଫସାଇଲେ। ତା’ ପରେ ବିବାହ ପ୍ରତିଶ୍ରୁତି ଦେଇ ଦିଲ୍ଲୀ ନେଇଗଲେ। ହେଲେ ସେଠାରେ ବିବାହ କରିବା ବଦଳରେ ଦଲାଲ ହାତରେ ବିକ୍ରି କରିଦେଲେ। ଏ କଥା ଜାଣିବା ପରେ ଯୁବତୀଙ୍କ ପାଦ ତଳୁ ସତେ ଯେପରି ମାଟି ଖସିଗଲା। ସେ ଏ ନେଇ ପରିବାର ଲୋକଙ୍କୁ ଜଣାଇଲେ। ପରିବାର ଲୋକେ ଝିଅକୁ ଫେରାଇ ଆଣିବାକୁ ପୁଲିସ୍‌କୁ ଗୁହାରି କରିଥିବା ବେଳେ ପୁଲିସ୍‌  କହିଲା ଏବେ ସମୟ ନାହିଁ। ଶେଷରେ ଜଣେ ସାମାଜିକ କର୍ମୀଙ୍କ ପ୍ରଚେଷ୍ଟାରେ ଯୁବତୀଜଣକ ଘରକୁ ଫେରିଥିବା ଜଣାଯାଇଛି।

ଯୁବତୀ ଚାଲାଣରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏବେ ଏପରି ଆଉ ଏକ ଘଟଣା ସାମନାକୁ ଆସିଛି। ରାଉରକେଲା ପୁଲିସ୍‌ ଜିଲ୍ଲାର ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଇତା ପଞ୍ଚାୟତର ଜଣେ ୨୫ ବର୍ଷୀୟା ଯୁବତୀ ଦଲାଲ ହାବୁଡ଼ରେ ପଡ଼ି ସୌଭାଗ୍ୟକ୍ରମେ ସେଠାରୁ ଫେରି ଆସିଥିବା ଜଣାଯାଇଛି।

ପୂରା ଘଟଣା ଅନୁଯାୟୀ, ବିବାହ ପ୍ରଲୋଭନ ଦେଖାଇ ଶଙ୍କର ବାଗେ ନାମକ ଯୁବକ ଗତ ୩ ତାରିଖରେ ଯୁବତୀଙ୍କୁ ଦିଲ୍ଲୀ ନେଇଯାଇଥିଲେ। ୪ ତାରିଖ ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା ପରେ ଦିଲ୍ଲୀର ପଞ୍ଜାବୀ ବାଗରେ ଥିବା ଏକ ଅଫିସ୍‌ରେ ଯୁବତୀଙ୍କୁ ଛାଡି ପଳାଇଥିଲେ। ପରେ ଯୁବତୀ ଜାଣି ପାରିଲେ ଯେ ତାଙ୍କୁ ଶଙ୍କର ସେଠାରେ ବିକ୍ରି କରିଦେଇଛି ।

ଉକ୍ତ ରାତିରେ ଯୁବତୀଜଣଙ୍କ ଫୋନରେ ଏ ବାବଦରେ ଘର ଲୋକଙ୍କୁ ଜଣାଇବା ପରେ ଯୁବତୀଙ୍କ ବାପା ଚାନ୍ଦିପୋଷ ଥାନାରେ ଏକ ଏତଲା ଦେଇଥିଲେ। କିନ୍ତୁ ଯୁବତୀଙ୍କୁ ଉଦ୍ଧାର କରିବାକୁ ପୁଲିସ୍‌ କୌଣସି ପଦକ୍ଷେପ ନେଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାର ବର୍ଗ ଏ ବାବଦରେ ସମାଜସେବୀ ଚାନ୍ଦମଣି ସ୍ୟାଣ୍ଡିଲଙ୍କୁ ଜଣାଇବା ପରେ ସେ । ୮ ତାରିଖ ଥାନାକୁ ଯାଇଥିଲେ। ମାତ୍ର ୧୨ ତାରିଖ ପୂର୍ବରୁ ପୁଲିସ୍‌ ଦିଲ୍ଲୀ ଯିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲା।

ଅପରପକ୍ଷେ ଦଲାଲମାନେ ୯ ତାରିଖରେ ଅନ୍ୟତ୍ର ନେଇଯିବାକୁ ଯୋଜନା କରୁଥିବା ଯୁବତୀଜଣକ ପରିବାର ଲୋକଙ୍କୁ ଜଣାଇବା ସହ ତା’ ପୂର୍ବରୁ ଉଦ୍ଧାର କରିବାକୁ ଗୁହାରି କଲେ। ଏ ସଂକ୍ରାନ୍ତରେ ସମାଜସେବୀ ଜଣକ ଦିଲ୍ଲୀରେ ଥିବା ଅନ୍ୟ ଏକ ମହିଳା ସମାଜସେବୀ ସଂସ୍ଥାକୁ ଜଣାଇଥିଲେ। ଉକ୍ତ ସଙ୍ଗଠନର କର୍ମକର୍ତ୍ତା ଯୁବତୀଙ୍କୁ ଉଦ୍ଧାର କରି ରାଉରକେଲା ପଠାଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଯୁବତୀଜଣଙ୍କ ରାଉରକେଲାରେ ପହଞ୍ଚିଛନ୍ତି। ବୁଧବାର ଥାନାରେ ରେକର୍ଡ ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ  ବୟାନ ରେକର୍ଡ କରାଯିବ। ଯେଉଁମାନେ ଏହି ଯୁବତୀ ଚାଲାଣରେ ଜଡିତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍‌ କହିଛି।



from Odisha Reporter https://ift.tt/3cLdkmp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages