କରୋନା ସତର୍କତା: ସାନିଟାଇଜର ଉତ୍ପାଦନ ବଢ଼ାଇବାକୁ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 26, 2020

କରୋନା ସତର୍କତା: ସାନିଟାଇଜର ଉତ୍ପାଦନ ବଢ଼ାଇବାକୁ ପରାମର୍ଶ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସମଗ୍ର ବିଶ୍ୱରେ କରୋନା ଭୂତାଣୁ ଦିନକୁ ଦିନ କାୟା ବିସ୍ତାର କରିବାକୁ ଲାଗିଥିବା ବେଳେ ବଢ଼ି ଚାଲିଛି ସାନିଟାଇଜରର ଚାହିଦା।ଏହି ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାନିଟାଇଜର୍ ଉତ୍ପାଦନ ବଢ଼ାଇବାକୁ ଏବଂ ଇଥାନଲ୍ ଉପରେ କଟକଣା ଉଠାଇଦେବାକୁ ପରାମର୍ଶ ଦେଇଛନ୍ତି । ଏନେଇ ରାଜ୍ୟର ସମସ୍ତ ସିଡିଏମ୍ଓ, ଜିଲ୍ଲାପାଳ ଓ  ଔଷଧ ନିୟନ୍ତ୍ରକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର।

ବର୍ତ୍ତମାନ ସୁଦ୍ଧା ୪୫ଟି ବିଶୋଧନାଗାର ଏବଂ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀଙ୍କୁ ସାନିଟାଇଜର ପ୍ରସ୍ତୁତ କରିବାକୁ ଅନୁମତି ଦିଆଯାଇଛି। ଆହୁରି ଅଧିକ ୫୫ଟି ବିଶୋଧନାଗାରକୁ ଦିନେ ଦୁଇ ଦିନ ମଧ୍ୟରେ ଏଥିପାଇଁ ଅନୁମତି ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ସେହିପରି ୨ଶହ ମିଲିମିଟର ଯୁକ୍ତ ଗୋଟିଏ ବୋତଲ୍ ସାନିଟାଇଜରର ମୂଲ୍ୟ ଶହେ ଟଙ୍କାରୁ ଅଧିକ ହେବନି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ବି ଦିଆଯାଇଛି।



from Odisha Reporter https://ift.tt/2WNeqIM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages