କର କ୍ଲିନିକ୍‌କୁ ନଯିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 26, 2020

କର କ୍ଲିନିକ୍‌କୁ ନଯିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତକାଲି ଆଉ ଜଣେ ‘କରୋନା’ ରୋଗୀ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱର ସ୍ଥିତ କର କ୍ଲିନିକ୍‌କୁ ନଯିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। କାରଣ ଏହି ରୋଗୀ ଜଣଙ୍କ କର କ୍ଲିନିକ୍‌କୁ ଯାଇଥିଲେ। ସେ ପ୍ରଥମେ ମାର୍ଚ୍ଚ ୨୧ ତାରିଖରେ କର କ୍ଲିନିକ୍ ଯାଇଥିଲେ। ପରେ  ୨୪ ତାରିଖରେ ସେଠାରେ ଆଇସିୟୁରେ ଗୋଟିଏ ଦିନ ରହିଥିଲେ। ତେଣୁ ତାଙ୍କ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନ୍‌ରେ ରଖିବାକୁ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

‘କରୋନା’ ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ତୃତୀୟ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର। ତାଙ୍କ ବୟସ ୬୦ ବର୍ଷ। ଏହା ସହିତ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚି ଯାଇଛି ଓ ସମସ୍ତେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି।

ଏହି ବ୍ୟକ୍ତିଙ୍କ କଥା ଜଣାପଡ଼ିବା ପରେ ଘରୋଇ କ୍ଲିନିକ୍‌ ଗୁଡ଼ିକ କୋଭିଡ-୧୯ ଗାଇଡ୍‌ଲାଇନ୍‌ ମାନୁ ନଥିବାରୁ ସ୍ୱାସ୍ଥ୍ୟ ବିଭାଗ କ୍ଷୁବ୍ଧ ହୋଇଛି।  ରୋଗୀଙ୍କ ସାଧାରଣ ଥଣ୍ଡା ଓ କାଶ ଯାଞ୍ଚ ବେଳେ ଗାଇଡ୍‌ଲାଇନ୍‌ ମାନିବାକୁ ପରାମର୍ଶ ଦିଆଯାଇଛି। ଗାଇଡ୍‌ଲାଇନ୍‌ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଚେତାବନୀ ଦେଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହୋଇଥିଲେ। ତାଙ୍କ ଘର ଭୁବନେଶ୍ୱରରେ। ରକ୍ତ ଓ ସ୍ୱାବ ନମୁନା ପରୀକ୍ଷାରୁ ତାଙ୍କଠାରେ ‘କରୋନା’ ଭୂତାଣୁ ଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏହି ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟିନରେ ରହିଥିଲେ ଓ ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ।

ଏହା ପରେ ୧୯ ତାରିଖରେ ଦ୍ୱିତୀୟ ରୋଗୀ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱର RMRC ରେ ପରୀକ୍ଷା ହୋଇଥିବା ୧୪ଟି ନମୁନା ଭିତରୁ ଜଣଙ୍କୁ ‘କରୋନା’ ହୋଇଥିବା ଜଣାପଡ଼ିଛି। ସେ ବିଦେଶରୁ ଫେରିଥିଲେ। ଏବେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବି ଉନ୍ନତି ଘଟୁଛି।



from Odisha Reporter https://ift.tt/2yffdZ3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages