ମୁମ୍ବାଇ: କରୋନା ଭାଇରସ୍ ସହ ମୁକାବିଲା ପାଇଁ ସାରା ଦେଶକୁ ଏବେ ଲକ୍ ଡାଉନ୍ କରିଦିଆଯାଇଛି। କରୋନା ସଂକ୍ରମଣ ଭୟରେ ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଉଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୁଣିଥରେ ୯୦ ଦଶକର ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ ପୁନଃପ୍ରସାରିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା କାଲିଠୁ ଅର୍ଥାତ ୨୮ ମାର୍ଚ୍ଚରୁ ‘ଡିଡି ନ୍ୟାଶନାଲ’ ଚ୍ୟାନେଲରେ ଏହି ଧାରାବାହିକର ଗୋଟିଏ ଏପିସୋଡ୍ ସକାଳ ୯ଟାରୁ ୧୦ ଯାଏଁ ଏବଂ ଆଉ ଏକ ଏପିସୋଡ୍ ସନ୍ଧ୍ୟା ୯ଟାରୁ ୧୦ଟା ଯାଏ ପୁନଃପ୍ରସାରିତ ହେବ।
On Public demand amidst #Lockdown21, @DDNational will broadcast Ramanand Sagar's Ramayan, starting from tomorrow (March 28). #IndiaFightsBack#IndiaFightsCorona pic.twitter.com/VUDSnFr4y4
— Prasar Bharati (@prasarbharati) March 27, 2020
ଏହି ଖବର ଜାଣିବାପରେ ଦର୍ଶକଙ୍କ ସହ ଶୋ’ର ଲିଡ୍ ଷ୍ଟାର୍ ତଥା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ମଧ୍ୟ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ଏବେ ତାଙ୍କ ନାତି ସହ ଏହି ଶୋ’ ଦେଖିବେ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଅରୁଣଙ୍କୁ କିପରି ଏହି ରୋଲ୍ ମିଳିଥିଲା।
ଗତ କିଛିଦିନ ତଳେ ରାମାୟଣର ୩ ମୁଖ୍ୟ କଳାକାର କମେଡ଼ି ଶୋ’ ‘ଦ କପିଲ୍ ଶର୍ମା ଶୋ’କୁ ଆସିଥିଲେ। ସେଠାରେ ଅରୁଣ ନିଜ କାଷ୍ଟିଂକୁ ନେଇ ଏକ ଖୁଲାସା କରିଥିଲେ ଯେ ତାଙ୍କର ରାମ ଚରିତ୍ରରେ ଅଭିନୟ କରିବା ବୋଧହୁଏ ରାମଚନ୍ଦ୍ରଙ୍କର ଇଚ୍ଛା ଥିଲା। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଥିଲେ ଯେ ସେ ପୂର୍ବରୁ ରାମାନନ୍ଦ ସାଗରଙ୍କର କିଛି ସିରିଏଲ୍ ଓ ଫିଲ୍ମରେ କାମ କରିଥିଲେ। ତାଙ୍କୁ ଯେତେବେଳେ ଖବର ମିଳିଲା ଯେ ରାମାନନ୍ଦ ସାଗର ରାମାୟଣ ତିଆରି କରିବାକୁ ଯାଉଛନ୍ତି, ସେ ରାମ ଚରିତ୍ରରେ ଅଭିନୟ କରିବାକୁ ଚାହିଁଲେ। ସେ ତୁରନ୍ତ ରାମାନନ୍ଦଙ୍କ ପାଖକୁ ଯାଇ ନିଜ ଇଚ୍ଛା ପ୍ରକାଶ କରିଥିଲେ। ରାମାନନ୍ଦ ନିଜ ଚଷମା ଠିକ୍ କରି ତାଙ୍କୁ ଚାହିଁଲେ ଓ କହିଲେ ଯେ ସମୟ ଆସିଲେ ଦେଖାଯିବ। ଏପରେ ଯେତେବେଳେ ସମୟ ଆସିଲା ସେ ଅରୁଣଙ୍କର ଅଡିଶନ୍ ନେଇଥିଲେ ଓ ତାଙ୍କୁ ରିଜେକ୍ଟ କରିଦେଲେ। ଅରୁଣ ମନଦୁଃଖ କରି ଫେରିଯାଇଥିଲେ ଓ ଆଶା ଛାଡ଼ିଦେଇଥିଲେ।
ଏହି ଘଟଣାର କିଛିଦିନ ପରେ ଅରୁଣଙ୍କୁ ରାମାନନ୍ଦ ଫୋନ୍ କରିଥିଲେ। ସେ ତାଙ୍କୁ ଦେଖାକରିବା ପାଇଁ ଡକେଇଲେ। ଅରୁଣ ମଧ୍ୟ ଆଉ ବିଳମ୍ବ ନ କରି ତୁରନ୍ତ ତାଙ୍କ ଘରକୁ ଦେଖା କରିବାକୁ ପହଞ୍ଚିଲେ। ରାମାନନ୍ଦ ଅରୁଣଙ୍କୁ ଦେଖି କହିଲେ, ‘ତୁମ ପରି ରାମ ଆଉ ମିଳୁନାହାଁନ୍ତି’। ତେଣୁ ସିଲେକ୍ଶନ୍ ଟିମ୍ ରାମଙ୍କ ରୋଲ୍ ପାଇଁ ତାଙ୍କୁ ହିଁ ବାଛିଛନ୍ତି। ଏହା ଶୁଣି ଅରୁଣ ବହୁତ ଖୁସି ହୋଇଯାଇଥିଲେ। ଅରୁଣ କହିଥିଲେ ଯେ ସବୁବେଳେ ମଣିଷର ଇଚ୍ଛା ଚାଲେନାହିଁ। ଆଉ ଯେବେ ଭଗବାନଙ୍କ ଇଚ୍ଛା ଚାଲେ ସେତେବେଳେ ଆଉ କାହାର ଚାଲେନାହିଁ।
from Odisha Reporter https://ift.tt/2QRNF2l
No comments:
Post a Comment