ଅବସର ନିଷ୍ପତ୍ତି ନେଲେ ଧୋନି, ସବୁଠାରୁ ଘନିଷ୍ଠ ବନ୍ଧୁଙ୍କୁ ଜଣାଇଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 28, 2020

ଅବସର ନିଷ୍ପତ୍ତି ନେଲେ ଧୋନି, ସବୁଠାରୁ ଘନିଷ୍ଠ ବନ୍ଧୁଙ୍କୁ ଜଣାଇଲେ!

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିବା ଖବର ସାମ୍ନାକୁ ଆସିଛି। ଏଥିସହ କ୍ରିକେଟରୁ ଅବସର ନେବା ସମ୍ପର୍କରେ ଧୋନି ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କୁ କହିଥିବା ଜଣାପଡ଼ିଛି। ଏକ ଜାତୀୟ ଗଣମାଧ୍ୟମ ଧୋନିଙ୍କ ନିକଟତମ ସୂତ୍ରରୁ ଏଭଳି ଖବର ପ୍ରକାଶ କରିଛି।

ବିଶ୍ୱକପ ପରେ ଧୋନିଙ୍କୁ ଆଉ କ୍ରିକେଟ ମଇଦାନରେ ଦେଖିବାକୁ ମିଳୁନାହିଁ। ଆଇପିଏଲର ୧୩ତମ ସଂସ୍କରଣରେ ଧୋନି କ୍ରିକେଟ ମଇଦାନକୁ କମବ୍ୟାକ କରିଥାଆନ୍ତେ। ହେଲେ କରୋନା ସବୁ କିଛି ବିଗାଡ଼ି ଦେଇଛି। ଏସବୁ ଭିତରେ ଧୋନି କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଧୋନି କ୍ରିକେଟକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି ଓ ଏ ସମ୍ପର୍କରେ ସେ ତାଙ୍କର ଘନିଷ୍ଠ ବନ୍ଧୁଙ୍କୁ କହି ସାରିଛନ୍ତି। ତେବେ ନିଜର ଅବସର ସମ୍ପର୍କରେ ସେ ବିଧିବଦ୍ଧ ଭାବେ ବିସିସିଆଇକୁ କୌଣସି ସୂଚନା ଦେଇନାହାନ୍ତି।

ସୂତ୍ର ଅନୁସାରେ, ସମୟ ଆସିଲେ ଧୋନି ଏ ବିଷୟରେ ସମସ୍ତଙ୍କୁ ଅବଗତ କରାଇବେ। ଆଇପିଏଲରେ ଧୋନି ନିଜର ଫର୍ମର ଆକଳନ କରିଥାଆନ୍ତେ। ଏଥିସହ ସେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ କେତେ ସକ୍ଷମ ଆଇପିଏଲ ଜରିଆରେ ଏହାକୁ ନିଶ୍ଚିତ କରିଥାଆନ୍ତେ। ଆଇପିଏଲ ହେବା ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଏବେ ସେ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ସୂତ୍ରରେ ଆହୁରି କୁହାଯାଇଛି ଯେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ ହେଁ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଆହୁରି ଦୁଇଟି ସଂସ୍କରଣ ଖେଳିବେ। ହେଲେ ଏଯାଏ କ୍ରିକେଟରୁ ଅବସର ନେଉଥିବା କୌଣସି ଭାରତୀୟ ଖେଳାଳି ଆଇପିଏଲ ଖେଳିବାର ନଜିର ନାହିଁ। ତେଣୁ ଧୋନି କେମିତି ଆଇପିଏଲ ଖେଳିବେ, ତା’  ଉପରେ ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ଖବର ପୂର୍ବରୁ କୁହାଯାଉଥିଲା ଯେ ଆଇପିଏଲ ଜରିଆରେ ଧୋନି କମବ୍ୟାକ କରିବେ। ଏଥିପାଇଁ ଧୋନି ଅଭ୍ୟାସ ମଧ୍ୟ ଆରମ୍ଭ କରିଥିଲେ। ହେଲେ କରୋନା ପାଇଁ ଆଇପିଏଲ ଉପରେ କଳା ବାଦଲ ଖେଳିଯାଇଛି।



from Odisha Reporter https://ift.tt/2Up19Vh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages