ଲାଗୁ ହେଲା ଅଡ-ଇଭିନ ଫର୍ମୁଲା; ଜାଣନ୍ତୁ, ଆଜି ଗଡ଼ିବ କେଉଁ ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 20, 2020

ଲାଗୁ ହେଲା ଅଡ-ଇଭିନ ଫର୍ମୁଲା; ଜାଣନ୍ତୁ, ଆଜି ଗଡ଼ିବ କେଉଁ ଗାଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସାରା ବିଶ୍ୱ କରୋନା ପରି ମହାମାରୀର ମୁକାବିଲା କରୁଛି। ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସର୍ବସାଧାରଣ ସ୍ଥାନରେ ଅଧିକ ଜନସମାଗମ ନ କରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅଧିକ ଜରୁରୀ କାମ ନ ଥିଲେ ଘରୁ ବାହାରିବାକୁ ବାରଣ କରାଯାଉଛି।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜିଠାରୁ ଟ୍ୱିନ୍ ସିଟିରେ ଲାଗୁ ହୋଇଛି ଅଡ-ଇଭିନ୍ ଫର୍ମୁଲା। ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଗାଡ଼ିକୁ ନେଇ ଏହି କଟକଣା ଲାଗୁ ହୋଇଛି। ଗାଡ଼ିର ଶେଷ ନମ୍ବର ଯୁଗ୍ମ-ଅଯୁଗ୍ମ ରହିଛି, ସେହି ଆଧାରରେ ଲାଗୁ ହେବ  ଅଡ-ଇଭିନ୍ ଫର୍ମୁଲା। ଯେପରି ଗାଡ଼ିର ଶେଷ ଅକ୍ଷର ୨, ୪, ୬, ୮ ଏବଂ ଶୂନ ହେଲେ ଯୁଗ୍ମ। ସେହିଭଳି ୧, ୩, ୫, ୭ ଏବଂ ୯ ନମ୍ବର ଥିଲେ ଅଯୁଗ୍ମ ବୋଲି ବିବେଚନା କରାଯିବ। ତେବେ ଏହି ନିୟମ କେବଳ ପବ୍ଲିକ୍ ଟ୍ରାନ୍ସପୋର୍ଟ ଭେଇକିଲ୍ ପାଇଁ ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଛି। ଯେପରିକି, ବସ୍, ଟାକ୍ସି, ଅଟୋ ପାଇଁ କେବଳ ଅଡ-ଇଭିନ ଫର୍ମାଟ୍ ଲାଗୁ ହେବ।

ତେବେ ପ୍ରାଇଭେଟ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ। ଏହାସହ ସରକାରୀ, ଭଡ଼ା ଗାଡ଼ି ଓ ଜରୁରିକାଳୀନ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ। ପ୍ରାଇଭେଟ ହସ୍ପିଟାଲ ଓ ଡାକ୍ତର ବ୍ୟବହାର କରୁଥିବା ଗାଡ଼ି ପାଇଁ ମଧ୍ୟ ଏହା ଲାଗୁ ହେବନାହିଁ।

ସେହିପରି ଗଞ୍ଜାମ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ବସ୍‌ରେ ନିର୍ଦ୍ଧାରିତ ସଂଖ୍ୟାରୁ ଅଧା ଯାତ୍ରୀଙ୍କୁ ନେବା ଲାଗି ନିର୍ଦ୍ଦେଶ ରହିଛି। ସେହିପରି ଅଟୋରେ ୨ଜଣ ଓ ବାଇକ୍‌ରେ ମାତ୍ର ଜଣେ ଆରୋହୀ ଯିବାକୁ ନିର୍ଦ୍ଦେଶ ରହିଛି।



from Odisha Reporter https://ift.tt/2xXAYMK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages