ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁଠାରେ ଏକ ବ୍ୟାଣ୍ଡପାର୍ଟି ଗାଡି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବ୍ୟାଣ୍ଡପାର୍ଟି ଗାଡ଼ିଟି ଲୋକମାନଙ୍କୁ ନେଇ ସୁପାଡ ଗାଁରୁ ଭାଲିଆଯୋରକୁ ବିବାହ ପାଇଁ ଯାଇଥିଲା। ଗତକାଲି ସନ୍ଧ୍ୟାରେ ବିବାହ କାର୍ଯ୍ୟ ସାରି ଫେରିଲା ବେଳେ ଲଡୁଗାଁଠାରେ ଗାଡିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।
from Odisha Reporter https://ift.tt/2UnuU7S
No comments:
Post a Comment