ପରିବାର ଲୋକଙ୍କଠୁ ଗାଳି ଶୁଣନ୍ତି ରାଇମୋହନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

ପରିବାର ଲୋକଙ୍କଠୁ ଗାଳି ଶୁଣନ୍ତି ରାଇମୋହନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଖାପାଖି ୧୦୦ଟି ଓଲିଉଡ୍‌ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ରାଇମୋହନ ପରିଡ଼ା। କେବଳ ଓଲିଉଡ୍‌ ନୁହେଁ, ଜଲିଉଡ୍‌ରେ ମଧ୍ୟ ତାଙ୍କର ଲୋକପ୍ରିୟତା କାହିଁରେ କ’ଣ। ସେ ୪୦ରୁ ଅଧିକ ଯାତ୍ରାରେ କାମ କରିଛନ୍ତି। ଏଥିସହ ତାଙ୍କୁ ୧୫ରୁ ଅଧିକ ବଙ୍ଗଳା ଫିଲ୍ମରେ ବି ଦେଖିବାକୁ ମିଳିଛି। କିନ୍ତୁ ପ୍ରତି ଫିଲ୍ମ ପାଇଁ ରାଇମୋହନ ପରିବାର ଲୋକଙ୍କଠାରୁ ଗାଳି ଶୁଣିଛନ୍ତି।

ରାଇମୋହନ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରନ୍ତି। ଚରିତ୍ର ଅନୁସାରେ କେଉଁ ଫିଲ୍ମରେ ଦୁଷ୍କର୍ମ କରନ୍ତି ତ ଆଉ କେଉଁଥିରେ କାହାକୁ ହତ୍ୟା କରନ୍ତି। ସେଥିପାଇଁ ତାଙ୍କ ପରିବାର ଲୋକେ ତାଙ୍କୁ ଗାଳି କରନ୍ତି। ସେମାନେ ତାଙ୍କ ଫିଲ୍ମ ଚରିତ୍ରକୁ ନେଇ ଗାଳି କରନ୍ତି। ‘ତରଙ୍ଗ’ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଆମ ରାଜାବାବୁ ଘର ଖାନା’ର ଏକ ଅଧ୍ୟାୟରେ ସେ ଏକଥା କହିଥିଲେ।

ରାଇମୋହନ କହିଥିଲେ, “ଉଦଣ୍ଡି ସୀତା’ ଫିଲ୍ମରେ ଯେତେବେଳେ ତାଙ୍କୁ ଅଭିନେତ୍ରୀ ଅପରାଜିତା ମହାନ୍ତି ମାରୁଥିଲେ ସେତେବେଳେ ମୋ ବାପା କହିଥିଲେ ମାର୍ ଶଳାକୁ। ଫିଲ୍ମରେ ଯେତେବେଳେ ମୋତେ ମରିବାକୁ ହୁଏ ସେତେବେଳେ ମୋ ବଡ଼ ଝିଅ ସେ ସିନ୍ ଦେଖିପାରେ ନାହିଁ। ସେ ମୋତେ କୁଣ୍ଢେଇ କହେ ଯେ ସେ ମୋ ମରିବା ସିନ୍ ଦେଖିପାରିବ ନାହିଁ। କିନ୍ତୁ ସାନ ଝିଅ ତାର ପୂରା ବିପରୀତ। ସେ କହେ ବାପା ଭଲ ହେଲା, ତୁମ ମରିବା ସମୟ ଆସିଲା। ଏବେ ମତେ ଭଲ ଲାଗିଲା।”

ସେ କହିଥିଲେ ଯେ ତାଙ୍କ ଅଭିନୟ ଏତେ ବାସ୍ତବ ହୋଇଯାଏ ଯେ ଲୋକମାନେ ତାକୁ ହୃଦୟକୁ ନେଇ ଯା’ନ୍ତି ଓ ତାଙ୍କୁ ଗାଳି ଦିଅନ୍ତି। ସିନେମା ହଲ୍‌ରେ ଏମିତି ଅନେକଥର ହୋଇଛି। ଲୋକ ମାନେ ଫିଲ୍ମ ଦେଖି ମନଇଚ୍ଛା ଗାଳିକରନ୍ତି। କିନ୍ତୁ ସେ ଗାଳି ବି ଖୁସି ଲାଗେ। କାରଣ ସେମାନେ ତାଙ୍କୁ ଗାଳି କରନ୍ତିନି। ତାଙ୍କ ଚରିତ୍ରକୁ ଗାଳି କରନ୍ତି।

 



from Odisha Reporter https://ift.tt/2TwfugW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages