ବିସ୍ଫୋରକ ବୋଝେଇ ଟ୍ରକ ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

ବିସ୍ଫୋରକ ବୋଝେଇ ଟ୍ରକ ଜବତ

ଜୟପୁର(ଟି ଗୌରିଶଙ୍କର): ଜୟପୁରରୁ ଆଜି ସକାଳେ ଏକ ବିସ୍ଫୋରକ ବୋଝେଇ ଟ୍ରକ  ଜବତ ହୋଇଛି।  ଟାଉନ୍ ଥାନା ପୁଲିସ୍‌ ଏହି ଟ୍ରକ୍‌ ଜବତ କରିଛି। ଏହା ହାଇଦ୍ରାବାଦରୁ ମାଲକାନଗିରି ଯାଉଥିବା ସୂଚନା ମିଳିଛି ।  ଟ୍ରକ୍‌ରେ ବିସ୍ଫୋରକ ଥିବାରୁ ସନ୍ଦେହରେ ଜବତ କରିଛି ପୁଲିସ୍‌। ଟ୍ରକ୍‌ ଡ୍ରାଇଭର ଓ ହେଲପରକୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚୁରା କରୁଛନ୍ତି ଜୟପୁର ଟାଉନ ଥାନା ଆଇଆଇସି।

ମାଲକାନଗିରି ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ସେଠାକୁ କ’ଣ ପାଇଁ ଏତେ ବିସ୍ଫୋରକ ଯାଉଥିଲା ତାହା ସ୍ପଷ୍ଟ ହୋଇ ନାହିଁ। ଏହାର ଲାଇସେନ୍ସ ଅଛି କି ନାହିଁ ତାହାର ମଧ୍ୟ ତଦନ୍ତ କରୁଛି ପୁଲିସ୍‌। ବିକାଶମୂଳକ କାମରେ ବିସ୍ଫୋରକ ହୋଇଥିବା ବେଳେ ନକ୍ସଲମାନେ ହିଂସାପ୍ରବଣ କାର୍ଯ୍ୟରେ ମଧ୍ୟ ଏହାକୁ ବ୍ୟବହାର କରିଥାନ୍ତି।  ତେଣୁ ଏହା କଣ ପାଇଁ ଯାଉଥିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ।



from Odisha Reporter https://ift.tt/2IbGEoc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages