ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିଙ୍କୁଳାବାହାଲ ନିକଟରେ ଅଜଣା ଗାଡ଼ିରେ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାପି ଓଝା। ତାଙ୍କ ଘର ବି ସେହି ସିଙ୍କୁଳାବାହାଲ ଗାଁରେ।
ମିଳିଥିବା ସୂଚନା ଅନୁଯାୟୀ, ବାପି ସିଙ୍କୁଳାବାହାଲର ଏକ ଢାବାରେ କାମ କରୁଥିଲେ। ଗତକାଲି ରାତି ପ୍ରାୟ ୧୨ଟାରେ ସେ ଢାବା ବନ୍ଦ କରି ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କୁ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ରାସ୍ତା କଡ଼ରେ ବାପି ପଡ଼ିଥିବା ଦେଖି କିଛି ଲୋକ ତାଙ୍କ ଘରକୁ ଖବର ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/3bobO8a
No comments:
Post a Comment