କରୋନା: ନ୍ୟୁଜପେପର୍‌ରେ ସଂକ୍ରମଣର ବିପଦ ନଥିବା ସ୍ୱୀକାର କଲେ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

କରୋନା: ନ୍ୟୁଜପେପର୍‌ରେ ସଂକ୍ରମଣର ବିପଦ ନଥିବା ସ୍ୱୀକାର କଲେ ଡାକ୍ତର

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ରେ ବର୍ତ୍ତମାନ କେଉଁ କେଉଁ ଜିନିଷ ମାଧ୍ୟମରେ କରୋନା ସଂକ୍ରମିତ ହୋଇପାରେ ବୋଲି କିଛି ଖବର ଘୁରି ବୁଲୁଛି। କୁରିଅର ପ୍ୟାକେଜ୍‌, ଗ୍ରସୋରୀ, ଖାଦ୍ୟ ପ୍ୟାକେଟ୍‌ ଏବଂ ଖବରକାଗଜ କଥା ମଧ୍ୟ ଏଥିରେ ଉଠାଯାଇଛି। ତେବେ କିଛି ବିଶେଷଜ୍ଞ ଭିନ୍ନ ମତ ରଖିଛନ୍ତି।

ଆମେରିକାର ସେଣ୍ଟର ଫର କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍‌ ପକ୍ଷରୁ କୁହାଯାଇଛି, କରୋନା ଭାଇରସ୍‌ ଜୀବନ୍ତ ପ୍ରାଣୀ ବ୍ୟତୀତ ଅନ୍ୟ କାହା ଉପରେ ବେଶି ସମୟ ବଞ୍ଚିପାରେନି। ଖବରକାଗଜ ଧରିବା ଦ୍ୱାରା ସଂକ୍ରମଣର ସମ୍ଭାବନା ନ୍ୟୁନ ବୋଲି ସେ କହିଛନ୍ତି।

ବର୍ତ୍ତମାନ ବଡ଼ ବଡ଼ ଖବରକାଗଜ ସ୍ୱୟଚାଳିତ ଭାବେ ଛପାଯାଉଥିବାରୁ ବେଶି ମନୁଷ୍ୟ ସଂସ୍ପର୍ଶରେ ଆସୁନାହିଁ। ନ୍ୟୁଜ୍‌ପ୍ରିଣ୍ଟଠାରୁ ଆରମ୍ଭ କରି ଫୋଲ୍ଡିଂ ଏବଂ ପରିବହନ ସବୁ କିଛିରେ ଟେକ୍ନୋଲୋଜିର ବ୍ୟବହାର ହେଲାଣି। ତେଣୁ ଖବରକାଗଜରୁ ଏଭଳି କିଛି ବିପଦ ନଥିବା ଗବେଷକମାନେ ମତ ରଖିଛନ୍ତି। ସୂଚନାଯୋଗ୍ୟ ଯେ, କିଛି ଖବରକାଗଜ ଏବେ ଛପାଇବା ବନ୍ଦ କରିବାକୁ ବିଚାର କରିବା ଆରମ୍ଭ କରିଛନ୍ତି।



from Odisha Reporter https://ift.tt/2Uxvz6I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages