ୟେସ ବ୍ୟାଙ୍କ ମାମଲାରେ ଅନୀଲ ଅମ୍ବାନୀଙ୍କୁ ଇଡିର ଜେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 18, 2020

ୟେସ ବ୍ୟାଙ୍କ ମାମଲାରେ ଅନୀଲ ଅମ୍ବାନୀଙ୍କୁ ଇଡିର ଜେରା

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ମାଲିକ ଅନୀଲ ଅମ୍ବାନୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ ବ୍ୟାଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

ଏହି ମାମଲାରେ ଅନୀଲ ଅମ୍ବାନୀଙ୍କ ନାଁ ସାମ୍ନାକୁ ଆସିବାରୁ ତାଙ୍କୁ ହାଜର ପାଇଁ ଇଡି ନୋଟିସ କରିଥିଲା। ଇଡିର ନୋଟିସ୍‌ ପାଇ ଆଜି ସକାଳୁ ଅନୀଲ ଅମ୍ବାନୀ ମୁମ୍ବାଇ ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଇଡି ୟେସ ବ୍ୟାଙ୍କ ମନି ଲଣ୍ଡରିଂ ମାମଲାରେ ଜେରା କରିଛି। ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ ୟେସ ବ୍ୟାଙ୍କ ଠାରୁ ପ୍ରାୟ ୧୨,୮୦୦ କୋଟି ଟଙ୍କାର ଋଣ ନେଇଥିଲା। ଏ ସଂକ୍ରାନ୍ତରେ ହିଁ ତାଙ୍କୁ ଜେରା କରାଯାଇଛି।

ୟେସ ବ୍ୟାଙ୍କ ବିଭିନ୍ନ କର୍ପୋରେଟ ସଂସ୍ଥାକୁ ଋଣ ଦେଇଥିବା ବେଳେ ଏହାକୁ ଠିକ୍‌ ଭାବେ ଆଦାୟ କରି ନ ପାରିବାରୁ ବ୍ୟାଙ୍କରେ ଆର୍ଥିକ ସଙ୍କଟ ଦେଖା ଦେଇଥିଲା। ଏହାର ପ୍ରତିଷ୍ଠାତା ରାଣା କପୁର କିକବ୍ୟାକ ଗ୍ରହଣ କରି ଋଣ ଆଦାନ ପ୍ରଦାନ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି କାରଣରୁ ୟେସ ବ୍ୟାଙ୍କ ଓ ରାଣା କପୁରଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଜି ଅନୀଲ ଅମ୍ବାନୀଙ୍କୁ ଜେରା କରିଥିବା ଇଡି ଖୁବଶୀଘ୍ର ରିଲାଏନ୍ସ ଗ୍ରୁପ୍‌ର ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଜେରା କରିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/3b8XuQU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages