ପୁରୀ(ଓଡ଼ିଶା ରିପୋର୍ଟର): ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଇ-ଟ୍ରାନ୍ସଫର ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାକୁ SBIର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର୍ କରିଛି ୟେସ୍ ବ୍ୟାଙ୍କ।
ୟେସ୍ ବ୍ୟାଙ୍କ ପକ୍ଷରୁ ଜମା ହୋଇଥିବା ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ମଧ୍ୟରୁ ମୂଳ ଧନ ୩୮୯ କୋଟି ଟଙ୍କା ଓ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା ବୋଲି ଜଣାଯାଇଛି। ଏନେଇ ୟେସ୍ ବ୍ୟାଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯାଇଛି।
ବାକି ୧୫୬ କୋଟି ଟଙ୍କାର ଦୁଇଟି ଫିକ୍ସ ଡିପୋଜିଟ ମାର୍ଚ୍ଚ ୩୦ରେ ମାଚ୍ୟୁରିଟି ପରେ ଦିଆଯିବ ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି।
ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ଫେରାଇ ଅଣାଯିବ ବୋଲି ଗତକାଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଥିଲେ।
from Odisha Reporter https://ift.tt/3b9LI96
No comments:
Post a Comment