ଘଣ୍ଟାକେ ଥରେ ସେଲ୍‌ଫି ପଠାଇବେ କର୍ଣ୍ଣାଟକାରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

ଘଣ୍ଟାକେ ଥରେ ସେଲ୍‌ଫି ପଠାଇବେ କର୍ଣ୍ଣାଟକାରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକେ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ହୋମ୍‌କ୍ୱାରେଣ୍ଟାଇନ୍‌ରେ ଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରାଯାଉଛି। ଏଣିକି ସେମାନେ ପ୍ରତି ଘଣ୍ଟାରେ ସରକାରଙ୍କ ପାଖକୁ ପ୍ରତି ଘଣ୍ଟାରେ ସେଲ୍‌ଫି ପଠାଇବେ। ସୂଚନାଯୋଗ୍ୟ ଯେ, ଶେଷ ଖବର ସୁଦ୍ଧା ଏଠାରେ ୮୦ ଜଣ କରୋନା ଆକ୍ରାନ୍ତ ଠାବ କରାଯାଇ ସରିଲାଣି। ଅନ୍ୟପକ୍ଷରେ ୩ ଜଣଙ୍କର ମୃତ୍ୟୁ ହୋଇଛି।

ତେଣୁ ଏହାକୁ ଲକ୍ଷ୍ୟ ରଖି ହୋମ୍‌ କ୍ୱାରେଣ୍ଟାଇନ୍‌ଙ୍କ ଉପରେ ନଜର ରଖାଯିବା ସ୍ୱରୂପ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏନେଇ ରାଜ୍ୟର ସ୍ୱାସ୍ଥ୍ୟ ଶିକ୍ଷା ମନ୍ତ୍ରୀ ଡକ୍ଟର କେ ସୁଧାକର କହିଛନ୍ତି, “ଏକ ମୋବାଇଲ୍‌ ଆପ୍ଲିକେସନ୍‌ ଯୋଗେ ଏହି ହୋମ୍‌ କ୍ୱାରେଣ୍ଟାଇନ୍‌ମାନେ ପ୍ରତି ଘଣ୍ଟାରେ ନିଜ ସେଲ୍‌ଫି ପଠାଇବେ। ଏପରି ନକଲେ କର୍ତ୍ତୃପକ୍ଷ ସେମାନଙ୍କ ପାଖରେ ପହଞ୍ଚିଯିବେ। ଦଣ୍ଡ ସ୍ୱରୂପ ସେମାନଙ୍କୁ ଆଉ ଘରେ ନରଖି ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ନିଆଯିବ।”

ପୂର୍ବରୁ ବେଙ୍ଗାଲୁରୁରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ୧୦ ଜଣ ଖସି ପଳାଇଥିଲେ। ଏହାପରେ ସେମାନଙ୍କୁ ବିଭିନ୍ନ ସ୍ଥାନରୁ ଚଢ଼ଉ କରି ଧରାଯାଇଥିଲା। ସେମାନଙ୍କ ବିରୋଧରେ ମାମଲା ମଧ୍ୟ କରାଯାଇଛି।



from Odisha Reporter https://ift.tt/2QXrKXf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages