ବଲିଉଡ୍ ଡେବ୍ୟୁ କରିବେ ଶାହିର୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

ବଲିଉଡ୍ ଡେବ୍ୟୁ କରିବେ ଶାହିର୍ !

ମୁମ୍ବାଇ: ଟେଲିଭିଜନ୍ ଷ୍ଟାର୍‌ ଶାହିର୍ ଶେଖ୍ ନିଜ ଅଭିନୟ ବଳରେ ଦର୍ଶକଙ୍କ ମନ ଜିତି ସାରିଛନ୍ତି। ନିଆରା ଅଭିନୟ ଓ କୁଲ୍ ଅନ୍ଦାଜ୍ ଯୋଗୁ ଖୁବ୍ କମ୍ ଦିନରେ ସେ ଟେଲି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ନିଜ ନାଁ ସାମିଲ୍ କରିପାରିଥିଲେ। ଆଉ ଏବେ ଶାହିର ଛୋଟ ପରଦାରୁ ବଡ଼ ପରଦାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ସେ ‘ୟଶରାଜ ଫିଲ୍ମସ୍’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

View this post on Instagram

Let's Share with You Guys The wishes which Came to our idol @shaheernsheikh _ 23_ @shanoosharmarahihai wish . _ والان سوف نشارك لكم التهنئات التي وصلت لزعيمنا من اصدقائه . ٢٣_ تهنئه المنتجه شانو : ( عيد ميلاد سعيد ل P وليس ل B ) شانو هي منتجه افلام صديقه لشهير من مده طويله وهما يطلقوا ع انهم الاحرف هذه P لشهير و B لشانو . _ #ShaheerSheikh #ShaheerSheikhBirthdayByArab #HBDShaheerSheikh #YehRishteyHainPyaarKe #ShaheerArabBirdies #ShaheerSheikhArabFC _ #شهير_شيخ #شاهير_شيخ #هذه_علاقة_حب #عيد_ميلاد_شهير_بالعربي

A post shared by Shaheer Sheikh Arab FC (@shaheersheikharabfc_) on

ଶାହିରଙ୍କ ଫ୍ୟାନ୍‌ମାନେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଏକ ଫଟୋ ଶେଆର୍ କରିଛନ୍ତି, ଯେଉଁଥିରେ ସେ ୟଶରାଜ୍ ଫିଲ୍ମସ୍‌ର କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କ ସହ ଅଛନ୍ତି। ଏହି ଫଟୋରୁ ଅନୁମାନ କରାଯାଉଛି ଯେ ସେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପୂର୍ବରୁ ମଧ୍ୟ ଶାନୁ ଶର୍ମାଙ୍କ ସହ ଶାହିରଙ୍କ ଏକ ଫଟୋ ଭାଇରାଲ୍‌ ହୋଇଥିଲା। ଏଥିରୁ ପ୍ରଶଂସକମାନେ ଅନୁମାନ କରିଥିଲେ ଯେ ଶାହିର ୟଶରାଜ୍ ଫିଲ୍ମସ୍ ଦ୍ୱାରା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅବଶ୍ୟ ସେତେବେଳେ ପ୍ରକାଶିତ ଏଭଳି କିଛି ରିପୋର୍ଟକୁ ନିଜେ ଶାହିର ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ଯେ ସେମିତି କିଛି ଘଟି ନାହିଁ। ତେବେ ପୁଣିଥରେ ଶାନୁଙ୍କ ସହିତ ତାଙ୍କୁ ଦେଖି ପ୍ରଶଂସକମାନେ ତାଙ୍କ ବଲିଉଡ୍ ଡେବ୍ୟୁ ନେଇ କଳ୍ପନାଜଳ୍ପନା ଆରମ୍ଭ କରିଦେଲେଣି।

 

ଶାହିର ୨୦୧୧ରେ ଆସିଥିବା ସିରିଏଲ୍ ‘ନବ୍ୟା’ରେ ପ୍ରଥମଥର ପାଇଁ ଲିଡ୍ ରୋଲ୍ ପ୍ଲେ କରିଥିଲେ। ଏଥିରେ ତାଙ୍କ ଅଭିନୟ ଯୁବପିଢ଼ିଙ୍କୁ ବେଶ୍ ଆକର୍ଷିତ କରିଥିଲା। ଏହା ପରେ ସେ ସିରିଏଲ୍ ‘କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେଭି’ରେ ଦେବ୍ ଦୀକ୍ଷିତ୍ ଭୂମିକାରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିଲେ। ଏହାପରେ ହିଟ୍ ସିରିଏଲ୍ ‘ମହାଭାରତ’ରେ ଅର୍ଜୁନଙ୍କ ଚରିତ୍ରରେ ମଧ୍ୟ ତାଙ୍କୁ ଢେର୍ ପ୍ରଶଂସା ମିଳିଥିଲା। ଏବେ ସେ ‘ୟେ ରିସ୍ତେ ହୈ ପ୍ୟାର୍ କେ’ରେ ଅଛନ୍ତି। ଏହି ସିରିଏଲରେ ଶାହିରଙ୍କ ଚରିତ୍ରକୁ ଲୋକମାନେ ବେଶ୍ ପସନ୍ଦ କରୁଛନ୍ତି।



from Odisha Reporter https://ift.tt/39zrynv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages