‘ଜନତା କର୍ଫ୍ୟୁ’ ବେଳେ ସ୍ମୃତି ଇରାନୀଙ୍କ ଟ୍ୱିଟର ଅନ୍ତାକ୍ଷରୀ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

‘ଜନତା କର୍ଫ୍ୟୁ’ ବେଳେ ସ୍ମୃତି ଇରାନୀଙ୍କ ଟ୍ୱିଟର ଅନ୍ତାକ୍ଷରୀ…

ନୂଆଦିଲ୍ଲୀ: ଏବେ ସାରା ଦେଶରେ କରୋନା ମୁକାବିଲା ଚିନ୍ତା ଲାଗି ରହିଛି। ଗତକାଲି ‘ଜନତା କର୍ଫ୍ୟୁ’ ପାଳନ ପରେ ଏବେ ଦେଶର ଅଧିକାଂଶ ସ୍ଥାନରେ ଲକ୍ ଡାଉନ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ସ୍ଥଳେ ଘରେ ବସି ରହିବାକୁ ବିରକ୍ତ ଲାଗିବା ସ୍ୱାଭାବିକ। ତେବେ ଏହାର ସରଳ ସମାଧାନ ଆଣିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସୋସିଆଲ ମିଡିଆରେ ଅନଲାଇନ ଅନ୍ତାକ୍ଷରୀ ଖେଳିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିରେ ସାମିଲ କରିଲଛନ୍ତି। ସ୍ମତିଙ୍କ ଏହି ଉପାୟ ସମସ୍ତଙ୍କ ମନକୁ ପାଇଥିବା ବେଳେ ବହୁ ଜଣାଶୁଣା ବ୍ୟକ୍ତିତ୍ୱ ମଧ୍ୟ ଏହି ଅନ୍ତାକ୍ଷରୀ ଖେଳରେ ସାମିଲ ହୋଇଥିଲେ।

ପ୍ରକୃତରେ ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା 300 ଡେଇଁବା ପରଠାରୁ ଉଭୟ ସରକାର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଜନସାଧାରଣଙ୍କ ଭୟ ବଢ଼ିଯାଇଛି। ଏଭଳି ସ୍ଥଳେ ସଂକ୍ରମଣକୁ ରୋକିବା ଦିଗରେ ୧୪ ଘଣ୍ଟା ଧରି ଘରେ ରହିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଥିଲେ। ତେବେ ଏଭଳି ଗମ୍ଭୀର ସ୍ଥିତିରେ ଭୟର ମାହୋଲକୁ ହାଲୁକା କରିବାକୁ ଟ୍ୱିଟରରେ ସ୍ମୃତି ଆୟୋଜିତ କରିଥିଲେ ଏକ ଅନ୍ତାକ୍ଷରୀ ଖେଳ।

ରବିବାର ସ୍ମୃତି ପ୍ରଥମେ ଟ୍ୱିଟ୍ କରି ସକାଳ ୧୧ଟା ସମୟରେ ଅନ୍ତାକ୍ଷରୀରେ ଭାଗ ନେବାକୁ କହିଥିଲେ। ପରେ ପରେ ସେ ଆଉ ଏକ ଟ୍ୱିଟରେ ଲେଖିଥିଲେ, “ଆମ ପରିବାରରେ ୧୩୦ କୋଟି ସଦସ୍ୟ। ଏଣୁ କିଏ ପରବର୍ତ୍ତୀ ଗୀତ ଗାଇବ ତାହା ଟ୍ୟାଗ୍ କରିବା କଷ୍ଟକର ହେବ। ନିଜ ନିଜ ଗୀତ ଟ୍ୱିଟ୍ କରନ୍ତୁ। କାରଣ ଏହା ନିଜ ଇଚ୍ଛାରେ ହେଉଥିବା ଟ୍ୱିଟର ଅନ୍ତକ୍ଷରୀ ଅଟେ।”

ସ୍ମୃତିଙ୍କ ଏଭଳି ଟ୍ୱିଟ୍ ପରେ କରନ ଜୋହର ଟ୍ୱିଟ୍ କରିଥିଲେ ଯେ, ଅନ୍ତାକ୍ଷରୀ ହେଉଛି ତାଙ୍କର ସବୁଠାରୁ ମନପସନ୍ଦର ଟାଇମପାସ୍ ଆକ୍ଟିଭିଟି। ଏହା ପରେ ସେ ନିଜ ମନପସନ୍ଦର ଗୀତ ‘ଲଗ ଯା ଗଲେ..କେ ଫିର୍ ୟେ ହସିନ୍ ରାତ ହୋ ନା ହୋ..’ ଗୀତଟି ଟ୍ୱିଟ୍ କରି ସ୍ମୃତିଙ୍କ ପାଇଁ ଗୀତ ଗାଇବା ପାଳି ଛାଡ଼ିଥିଲେ। ତେବେ ସ୍ମୃତି ଏହାର ଉତ୍ତରରେ ଟ୍ୱିଟ୍ କରିଥିଲେ, “କରୋନା ସମୟରେ ‘ଲଗ ଯା ଗଲେ..’ ଗୀତଟି ଉଚିତ୍ ନୁହେଁ।”

ଏହି ଟ୍ୱିଟର ଅନ୍ତାକ୍ଷରୀରେ ଏକତା କପୁର ମଧ୍ୟ ଭାଗ ନେଇଥିଲେ। ସେ ନିଜ ମନପସନ୍ଦର ‘ମୁସାଫିର ହୁଁ ୟାରୋଁ…’ ଗୀତଟିକୁ ଟ୍ୱିଟ୍ କରିଥିଲେ। ପରେ ପରେ ପଲ୍ଲବୀ ଘୋଷ, ଶିଶିର ତ୍ରିପାଠୀ, ସୁହେଲ ସେଠଙ୍କ ଭଳି ଜଣାଶୁଣା ବ୍ୟକ୍ତିତ୍ୱମାନେ ମଧ୍ୟ ଅନ୍ତାକ୍ଷରୀରେ ଭାଗ ନେଇଥିଲେ। ଏପରି କି ଅନେକ ସାଧାରଣ ଟୁଇଟର ୟୁଜର୍ସମାନେ ମଧ୍ୟ ସ୍ମୃତିଙ୍କ ଏହି ଟୁଇଟର ଅନ୍ତାକ୍ଷରୀରେ ଭାଗ ନେଇଥିଲେ। ଅନେକେ ଗୀତ ଗାଇ ଭିଡିଓ କରି ଅନ୍ତାକ୍ଷରୀ ଖେଳିଥିଲେ। ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭାଇରାଲ ହୋଇଥିବା ଏବଂ ଚର୍ଚ୍ଚାରେ ରହିଥିବା ଗତକାଲିର ଏହି ଟୁଇଟର ଅନ୍ତାକ୍ଷରୀ ଉପରେ ଟିକେ ନଜର ପକାନ୍ତୁ।

ସୂଚନା ଯେ, ରବିବାର ସମସ୍ତ ଦେଶବାସୀ ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇ ଏହାକୁ ସଫଳ କରିଛନ୍ତି। ଏନେଇ ଗତ କାଲି ସକାଳ ୭ଟାରୁ ରାତି ୯ ଟା ପର୍ଯ୍ୟନ୍ତ ୧୪ ଘଣ୍ଟା ଧରି ଲୋକମାନେ ନିଜ ନିଜ ଘରେ ରହିଥିଲେ। ଜରୁରୀ ସେବା ବ୍ୟତୀତ ବାକି ସବୁକିଛି ବନ୍ଦ ରହିଥିଲା। ଏଭଳି ସ୍ଥଳେ ଲୋକଙ୍କୁ ସେଲ୍ଫ ଆଇସୋଲେଶନରେ ରହିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟ ଓ ପ୍ରମୁଖ ସହରରେ ଲକ୍ ଡାଉନ୍ ପାଇଁ ଘୋଷଣା କରାଯାଇଛି।



from Odisha Reporter https://ift.tt/3bpj7gd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages