ଅଙ୍ଗଦାନ କରିବେ ଅନୁଭା ଓ ପୁଷ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

ଅଙ୍ଗଦାନ କରିବେ ଅନୁଭା ଓ ପୁଷ୍ପା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀର ଓ ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅଭିନେତ୍ରୀ ଅନୁଭା। ତାଙ୍କର ମୃତ୍ୟୁ ପରେ ଆଉ କାହାର ଜୀବନ ବଞ୍ଚାଇବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ନିକଟରେ ସେ ଭାରତର ଶରୀର ଓ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡ଼. ପ୍ରଭାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଏଥିପାଇଁ ଆବଶ୍ୟକ ଫର୍ମ ପୂରଣ କରିଥିଲେ। ତେବେ ସେ ଏକା ନୁହନ୍ତି, ତାଙ୍କ ମା’ ବି ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏ ନେଇ ଅନୁଭା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏଥିରେ ସେ ଓ ତାଙ୍କ ମା’ ଅଙ୍ଗଦାନ ନେଇ କରିଥିବା ଚୁକ୍ତିପତ୍ରକୁ ଦେଖାଛନ୍ତି। ସେମାନଙ୍କ ସହିତ ଡ଼. ପ୍ରଭାସ ଆଚାର୍ଯ୍ୟ ମଧ୍ୟ ଅଛନ୍ତି।
ଫଟୋ ଶେଆର କରି ସେ ଲେଖିଛନ୍ତି ଯେ ଏହି କାର୍ଯ୍ୟ ପାଇଁ ସେ ଗର୍ବିତ। ଏହା ସହିତ ଆଉ କାହାକୁ ଜୀବନ ଦେବାକୁ ଅନ୍ୟମାନେ ବି ଏଥିରେ ସାମିଲ ହେବେ ବୋଲି ସେ ଆଶା ରଖିଛନ୍ତି।
ଅନୁଭାଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିଛନ୍ତି ଓ ପ୍ରତିକ୍ରିୟା ଦେଇଛନ୍ତି। ସେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବି ଲୋକେ ଲେଖିଛନ୍ତି। 
https://ift.tt/33ESEIy
ସୂଚନାଯୋଗ୍ୟ, ‘ସ୍ୱିଟ୍‌ ହାର୍ଟ’, ‘ବଜରଙ୍ଗି’, ‘ସାତୀ ତୁ ଫେରିଆ’, ‘ରିଭେଞ୍ଜ’ ଓ ‘ମୁଁ ପ୍ରେମୀ ମୁଁ ପାଗଳ’ ଆଦି ଫିଲ୍ମରେ ଅନୁଭା କାମ କରିଛନ୍ତି।



from Odisha Reporter https://ift.tt/2WzmnBc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages