ଗୋଟିଏ ହୋଟେଲରେ ଥିଲେ କନିକା ଓ ଦକ୍ଷିଣ ଆଫ୍ରିକା ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 22, 2020

ଗୋଟିଏ ହୋଟେଲରେ ଥିଲେ କନିକା ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଲକ୍ଷ୍ନୌ: ବଲିଉଡ୍ ଗାୟିକା କନିକା କପୁର କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ଏବେ ଅନେକଙ୍କ ଚିନ୍ତା ବଢ଼ିଯାଇଛି। ସେ କରୋନା ସଂକ୍ରମିତ ଥାଇ ମଧ୍ୟ ଏକଥା ଲୁଚାଇଥିଲେ ଏବଂ ସହରର ଏକ ହୋଟେଲରେ ରହି ପାର୍ଟି କରିଥିଲେ। ଏହି ଦିନଗୁଡ଼ିକରେ ଅନେକ ନେତା, ମନ୍ତ୍ରୀ, ହୋଟେଲର କର୍ମଚାରୀ ତଥା ଅନ୍ୟମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଏବେ ସମସ୍ତଙ୍କୁ କରୋନା ସନ୍ଦିଗ୍ଧ ଭାବରେ ପରୀକ୍ଷଣ କରାଯାଉଛି। ତେବେ କନିକାଙ୍କ କରୋନା ସବୁଠାରୁ ଅଧିକ ଭୟଭୀତ କରିଛି ଦକ୍ଷିଣ ଆଫ୍ରିକାର କ୍ରିକେଟ୍ ଟିମକୁ।

ସୂଚନା ଅନୁସାରେ, କନିକା ଯେଉଁ ପଞ୍ଚ ତାରକା ହୋଟେଲରେ ରହିଥିଲେ, ସେଠାରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ମଧ୍ୟ ରହୁଥିଲେ। କନିକାଙ୍କ ଦାୟିତ୍ୱହୀନତା ଯୋଗୁ ଉତ୍ତର ପ୍ରଦେଶ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସେ ଭାରତ ଫେରିବା ପରେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ଏନେଇ ତନ୍ନ ତନ୍ନ କରି ତଥ୍ୟ ସଂଗ୍ରହ କରୁଛି ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ।

ସୂଚନା ଅନୁସାରେ, କନିକା ମାର୍ଚ୍ଚ ୧୧ରେ ଲଣ୍ଡନରୁ ଭାରତ ଫେରି ଲକ୍ଷ୍ନୌର ଏକ ହୋଟେଲରେ ରହୁଥିଲେ। ସେଠାରେ ସେ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରି ଡିନର ପାର୍ଟି ମଧ୍ୟ ଦେଇଛନ୍ତି। କନିକାଙ୍କ ଏହି ପାର୍ଟିରେ ଜଣାଶୁଣା ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ। ତେବେ ସେହି ସମୟରେ ହୋଟେଲରେ ଦକ୍ଷିଣ ଆଫ୍ରିକାର କ୍ରିକେଟ୍ ଟିମ୍ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ଲକ୍ଷ୍ନୌରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ଖେଳିଥାନ୍ତେ। ହେଲେ ପରବର୍ତ୍ତୀ ସମୟରେ କରୋନା ଭୂତାଣୁ ସତର୍କତା ଦୃଷ୍ଟିରୁ ମ୍ୟାଚକୁ ବନ୍ଦ କରିଦିଆଗଲା। ଏହାପରେ ଦକ୍ଷିଣ ଆଫ୍ରିକା ଟିମ୍ କୋଲକାତାରୁ ନିଜ ଦେଶକୁ ଫେରିଥିଲେ। ଏବେ ସେମାନେ ସେଲ୍ଫ କ୍ୱାରାଣ୍ଟାଇନରେ ଅଛନ୍ତି। ଏପଟେ କନିକା ଲକ୍ଷ୍ନୌସ୍ଥିତ କିଙ୍ଗ୍ ଜର୍ଜସ୍ ମେଡିକାଲ ୟୁନିଭର୍ସିଟିରେ ଚିକିତ୍ସିତ ହେଉଛନ୍ତି।



from Odisha Reporter https://ift.tt/2QyYqGE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages