ମୋଦିଙ୍କୁ ଟାର୍ଗେଟ୍ କଲେ ନଗ୍‌ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 22, 2020

ମୋଦିଙ୍କୁ ଟାର୍ଗେଟ୍ କଲେ ନଗ୍‌ମା

ମୁମ୍ବାଇ: କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ବିଶ୍ୱ ଲଢ଼େଇ କରୁଛି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ‘ଜନତା କର୍ଫୁ’ରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ତେବେ ଏହା ମଧ୍ୟରେ ବଲିଉଡ୍ ଅଭିନେତ୍ରୀ ତଥା ପଲିଟିସିଆନ୍ ନଗମା ସୋଶାଲ ମିଡିଆରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ନଗମା ଟ୍ୱିଟରରେ କରୋନା ଭାଇରସ୍‌ ସହିତ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ତୁଳନା କରିଛନ୍ତି । ସେ ଲେଖିଛନ୍ତି, ପ୍ରିୟ ପ୍ରଧାନମନ୍ତ୍ରୀ, ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନ ପାଇଁ ଭାରତ ଆସିଥିଲେ। ଆପଣ ତାଙ୍କ ପାଇଁ ୧୨୦ କୋଟି ଟଙ୍କା ଖର୍ଚ୍ଚ କଲେ।  କିନ୍ତୁ କରୋନା ଭାଇରସ ମୁକାବିଲା ପାଇଁ କେବଳ ତାଳି ଓ ଥାଳି । ତାଳି ଜରିଆରେ ଲୋକଙ୍କର ଗୋଟିଏ ବୋଲି ମନକୁ ଆପଣ କେତେ ଥର ଜିତିବେ । ନଗମାଙ୍କର ଏହି ଟ୍ୱିଟକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ଲୋକେ।

ସୂଚନାଯୋଗ୍ୟ, କରୋନା ପଜିଟିଭଙ୍କ ସଂଖ୍ୟା ଦେଶରେ ବଢିବାରେ ଲାଗିଛି । ଏହାକୁ ଦେଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସହଯୋଗର ହାତ ବଢାଇଛନ୍ତି । ସରକାରଙ୍କ ପକ୍ଷରୁ ଲୋକଙ୍କୁ ଘରେ ବସି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକ ଖୋଲା ରହିଛି ।



from Odisha Reporter https://ift.tt/2wsuoxi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages