‘ମୋ ପୁଅ ଛିଡ଼ା ହୋଇଥିଲା, ପୁଲିସ୍‌ ଆସି ପିଟିଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 2, 2020

‘ମୋ ପୁଅ ଛିଡ଼ା ହୋଇଥିଲା, ପୁଲିସ୍‌ ଆସି ପିଟିଲା’

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): “ମୋ ପୁଅ ସାଙ୍ଗମାନଙ୍କ ସହ ଏକ ବିବାହ ମଣ୍ଡପ ସମ୍ମୁଖରେ ଛିଡ଼ା ହୋଇଥିଲା। ପିସିଆର ଭ୍ୟାନ୍‌ ପହଞ୍ଚି ସେଠାରେ ସେମାନଙ୍କୁ ନିସ୍ତୁକ ପିଟିଲା।  ବିନା କାରଣରେ ମାରପିଟ କରିବା ପରେ ଏବେ ମାରପିଟ ହୋଇ ନାହିଁ ବୋଲି ସଫେଇ ଦେଉଛନ୍ତି ପୁଲିସ୍‌ ଅଧିକାରୀ।” ଏପରି ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ।

ଏହା ପ୍ରତିବାଦରେ ବିଧାୟକ ଗତକାଲି ବିଳମ୍ୱିତ ରାତିରୁ ରଘୁନାଥପାଲି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଆଜି ସକାଳେ ପ୍ରତିଶ୍ରୁତି ମିଳିବା ପରେ ସେ ଧାରଣାରୁ ଉଠିଛନ୍ତି।

ସୂଚନାଅନୁସାରେ, ଗତକାଲି ରାତିରେ ବିଧାୟକଙ୍କ ପୁଅ ଓ ତାଙ୍କର କିଛି ସାଙ୍ଗ ରାଉରକେଲା ଜେଲ୍‌ ରୋଡ୍‌ରେ ଥିବା ଏକ ବିବାହ ମଣ୍ଡପ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ପୁଲିସ୍‌ ଆସି ସେମାନଙ୍କୁ ଘରକୁ ଯିବାକୁ କହିଥିଲା। ଏହି କଥାକୁ ନେଇ ପୁଲିସ୍‌ ଏବଂ ଉକ୍ତ ଯୁବକମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏହାପରେ ପୁଲିସ୍‌ ଯୁବକମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ଯୁବକମାନେ ବିଧାୟକଙ୍କୁ ଖବର ଦେଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଧାୟକ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଆଜି ସକାଳେ  ଡିଏସ୍‌ପି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ବିଧାୟକ ଧାରଣାରୁ ଉଠିଥିଲେ।

ଏନେଇ ବିଧାୟକ ଶଙ୍କର ଓରାମ କହିଛନ୍ତି, “ ଗତକାଲି ରାତି ପ୍ରାୟ ସାଢ଼େ ନଅଟା ବେଳେ ବିବାହ ମଣ୍ଡପରେ ବାହାଘର ଚାଲିଥିଲା। ମଣ୍ଡପ ଗେଟ୍ ପାଖରେ ମୋ ପୁଅ ସହ କିଛି ପିଲାମାନେ ଠିଆ ହୋଇଥିଲେ। ସେହି ସମୟରେ ପିସିଆର ଭ୍ୟାନ୍ ଆସି ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲା।

ଖବର ପାଇବା ପରେ ମୁଁ ରଘୁନାଥପାଲି ଥାନା ଆଇଆଇସିଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲି। ହେଲେ ସେ କିଛି ଜାଣି ନଥିବା କହିଥିଲେ। ଘଟଣାର ତଦନ୍ତ କରିବାକୁ ମୁଁ କହିଥିଲି। ଏହାପରେ ମୁଁ ଏସ୍‌ପିଙ୍କୁ ଯୋଗାଯୋଗ କରିଥିଲି। ହେଲେ ତାଙ୍କ ମୋବାଇଲ୍ ସୁଇଚ୍‌ ଅଫ୍ ଥିଲା। ମୁଁ ଥାନାକୁ ଆସି ଘଟଣା ସମ୍ପର୍କରେ ପଚାରିବାରୁ କୌଣସି ମାରପିଟ୍ ହୋଇନି ବୋଲି ଥାନା ପକ୍ଷରୁ କୁହାଗଲା। ଏହା ପ୍ରତିବାଦରେ ଆମେ ଧାରଣାରେ ବସିଥିଲୁ। ”



from Odisha Reporter https://ift.tt/38ipv6S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages