‘କରୋନା’ରେ ଜାପାନୀ ହାସ୍ୟ ଅଭିନେତାଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

‘କରୋନା’ରେ ଜାପାନୀ ହାସ୍ୟ ଅଭିନେତାଙ୍କ ମୃତ୍ୟୁ

ମୁମ୍ବାଇ: ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏହା ୩୩ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇ ସାରିଥିବା ବେଳେ ୭ ଲକ୍ଷରୁ ଅଧିକ ଏଥିରେ ଆକ୍ରାନ୍ତ ଅଛନ୍ତି। କରୋନା ସଂକ୍ରମିତ ହୋଇ ଜାପାନର ଲୋକପ୍ରିୟ ହାସ୍ୟ ଅଭିନେତା କେନ୍ ଶିମୁରାଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳେ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଆଜି ଏ ସଂପର୍କରେ ସୂଚନା ଦିଆଯାଇଛି। ଏହା ସହିତ କୋଭିଡ୍-୧୯ରେ ପୀଡ଼ିତ ହୋଇ ପ୍ରାଣ ହରାଇବାରେ ସେ ହେଉଛନ୍ତି ଜାପାନର ମନୋରଞ୍ଜନ ଦୁନିଆର ପ୍ରଥମ ସେଲେବ୍ରିଟି।

ସୂଚନା ଅନୁଯାୟୀ, ଜ୍ୱର ଓ ନିମୋନିଆ ହେବା ଯୋଗୁ ଶିମୁରାଙ୍କୁ ମାର୍ଚ୍ଚ ୨୦ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୨୩ରେ ତାଙ୍କୁ କରୋନା ପଜିଟିଭ୍ ଭାବେ ଚିହ୍ନଟ କରାଗଲା।

ଶିମୁରାଙ୍କ ପ୍ରକୃତ ନାଁ ହେଉଛି ୟାସୁନୋରି ଶିମୁରା। ସେ ଜାପାନର ଜଣେ ପ୍ରଖ୍ୟାତ ହାସ୍ୟ ଅଭିନେତା ଥିଲେ। ୭୦ ଦଶକରେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ଅନେକଗୁଡ଼ିଏ ଟେଲିଭିଜନ୍ ଶୋ’ କରିଛନ୍ତି। ସେଥିମଧ୍ୟରେ Hachijidayo Zeninshugo, Tensai! Shimura Dobutsuen ହେଉଛି ସବୁଠୁ ଲୋକପ୍ରିୟ ଶୋ’।

ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୧ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି। ବଲିଉଡ୍ ଗାୟିକା କନିକା କପୁର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

 



from Odisha Reporter https://ift.tt/2UrWhyD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages