ବେଜିଂ: ମହାମାରୀ କରୋନା ଭାଇରସର କେନ୍ଦ୍ରସ୍ଥଳୀ ଚାଇନାର ଉହାନ ସହର କୁହାଯାଉଛି। ପ୍ରଥମେ ଚାଇନା ଏହି ଭାଇରସ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲା। ପରେ ୧୯୯ଟି ଦେଶ ଏବେ ଏହି ମହାମାରୀର ଶିକାର ହୋଇଛନ୍ତି। ଏବେ ଚାଇନାରେ ସ୍ଥିତି ସ୍ୱାଭାବିକ ହୋଇଛି। ଉହାନରେ ଲକ୍ଡାଉନ୍ ଶେଷ ହୋଇଛି। ଚାଇନାରେ ମୋଟ୍ ୮୧,୦୦୦ ରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୩୦୦ରୁ ଅଧିକ ରହିଛି। ଏବେ ଇଟାଲୀ, ଆମେରିକା, ଭାରତ ଓ ଅନ୍ୟାନ୍ୟ ଦେଶରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ୁଛି। କରୋନାକୁ ରୋକିବା ପାଇଁ ଆମେରିକା, ଇସ୍ରାଏଲ ଟୀକା ବାହାର କରିଛନ୍ତି। ହେଲେ ବଜାରକୁ ଆସିବା ପାଇଁ ଆହୁରି ବର୍ଷେ ଲାଗିବ ବୋଲି ଜଣାପଡ଼ିଛି।
ଏହାରି ଭିତରେ ଚାଇନା ନାନୋମେଟେରିଆଲ ବିକଶିତ କରିଛି। ଯାହାକି କରୋନାକୁ ରୋକିବାରେ ସକ୍ଷମ ବୋଲି ଚାଇନା କହିଛି। ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହି ନାନୋମେଟେରିଆଲ ଶରୀର ଭିତରେ ପ୍ରବେଶ କରି କରୋନାକୁ ୯୬.୫ରୁ ୯୯.୯ % ନିଷ୍କ୍ରିୟ କରାଇଦେବ। ଏହାକୁ କିନ୍ତୁ ଔଷଧ କିମ୍ୱା ଟୀକା କୁହାଯିବନି ବୋଲି ଚାଇନା ବୈଜ୍ଞାନିକମାନେ କହିଛନ୍ତି।
Chinese scientists have developed a new weapon to combat the #coronavirus. They say they have found a nanomaterial that can absorb and deactivate the virus with 96.5-99.9% efficiency. pic.twitter.com/ESFUOoTuIX
— Global Times (@globaltimesnews) March 29, 2020
ନାନୋମେଟେରିଆଲ କ’ଣ?
ସ୍ୱାସ୍ଥ୍ୟସେବା, ରଙ୍ଗ, ଫିଲ୍ଟର, ଇନସୁଲେସନ୍ ଏବଂ ଲୁବ୍ରିକାଣ୍ଟ ଉତ୍ପାଦନରେ ନାନୋମେଟେରିଆଲ୍ ବ୍ୟବହାର କରାଯାଏ। ସ୍ୱାସ୍ଥ୍ୟସେବାରେ ଏହି ନାନୋମେଟେରିଆଲକୁ ନାନୋଜାଇମ୍ ମଧ୍ୟ କୁହାଯାଏ। ଶରୀରରେ ଥିବା ଏନଜାଇମ୍ ପରି ଏହି ନାନୋ କାମ କରେ। ଆମେରିକା ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଏବେ ଦୁନିଆ ନାନୋମେଟେରିଆଲ ବାବଦରେ ଜାଣିନାହିଁ। କିନ୍ତୁ ଏହାକୁ କିଛି ସ୍ୱତନ୍ତ୍ର କ୍ଷେତ୍ରରେ ବ୍ୟବହାର କରାଯାଏ। ଏହା ବହୁତ ଛୋଟ ହୋଇଥିବାରୁ ଶରୀର ମଧ୍ୟରେ ଶୀଘ୍ର ପ୍ରବେଶ କରିଥାଏ।
ସେହିପରି ଏନଆଇଏଚ କହିଛି, ଔଷଧ ତିଆରିରେ ମଧ୍ୟ ନାନୋଟେକ୍ନୋଲୋଜିକୁ ବ୍ୟବହାର କରାଯାଏ। ଏହା ଶରୀରରେ ରୋଗକୁ ବଢ଼ାଉଥିବା ସେଲ୍ ବା କୋଷକୁ ଟାର୍ଗେଟ କରିଥାଏ। ଏହା ରୋଗକୁ ଶୀଘ୍ର ଭଲ କରିବା ସହିତ ଅନେକ ଥେରାପୀରେ ମଧ୍ୟ ବ୍ୟବହାର କରାଯାଏ।
from Odisha Reporter https://ift.tt/3byiQHG
No comments:
Post a Comment