ଥାର୍ଡ ଟେଷ୍ଟରେ ବି ପିଜିଟିଭ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 24, 2020

ଥାର୍ଡ ଟେଷ୍ଟରେ ବି ପିଜିଟିଭ୍

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟରେ ମଧ୍ୟ ବଲିଉଡ୍ ଗାୟିକା କନିକା କପୁର କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ତୃତୀୟ ନମୁନା ପରୀକ୍ଷଣର ରିପୋର୍ଟ ଗତକାଲି ଆସିଥିଲା। ଏହା ପୂର୍ବରୁ ରବିବାର ତାଙ୍କର ଦ୍ୱିତୀୟ କୋଭିଡ୍-୧୯ ଟେଷ୍ଟ୍ ରିପୋର୍ଟ ଆସିଥିଲା। ଆଉ ଏହା ବି ପଜିଟିଭ୍ ଥିଲା। ତାଙ୍କୁ ଦିଲ୍ଲୀର ସଞ୍ଜୟ ଗାନ୍ଧୀ ପୋଷ୍ଟ୍ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍ସ (ଏସ୍‌ଜିପିଜିଆଇଏମ୍‌ଏସ୍‌)ରେ ରଖାଯାଇଛି।

ଏସ୍‌ଜିପିଜିଆଇଏମ୍‌ଏସ୍‌ର ନିର୍ଦ୍ଦେଶକ ପ୍ରଫେସର ଆର୍‌.କେ. ଧିମନ କହିଛନ୍ତି ଯେ କ୍ରମାଗତ ତୃତୀୟ ଥର ପାଇଁ ତାଙ୍କର କୋଭିଡ୍-୧୯ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି। ଅତିକମ୍‌ରେ ଦୁଇଟି ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ନ ଆସିବା ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଜାରି ରହିବ।

ଅନ୍ୟପକ୍ଷରେ କନିକାଙ୍କ ସହିତ ହୋଟେଲ୍ ତାଜ୍‌ରେ ଦୁଇ ଦିନ ରହିଥିବା ଓଜାସ୍ ଦେଶାଇଙ୍କ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଛି। ଓଜାସ ହେଉଛନ୍ତି କନିକାଙ୍କ ସାଙ୍ଗ। ସେ ପ୍ରଥମେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ।

ଓଜାସ୍ କହିଛନ୍ତି ଯେ ସେ କସ୍ତୁରବା ହସ୍‌ପିଟାଲ୍‌ରେ ତାଙ୍କର କୋଭିଡ୍-୧୯ ପରୀକ୍ଷା କରାଇଥିଲେ ଏବଂ ଏହାର ଫଳାଫଳ ନେଗେଟିଭ୍ ଆସିଛି। ସେ ଏହାକୁ ସୋଶାଲ୍ ମିଡିଆରେ ମଧ୍ୟ ପୋଷ୍ଟ୍ କରିଛନ୍ତି।

ଏହି ମାସ ପ୍ରାରମ୍ଭରେ କନିକା ଲକ୍ଷ୍ନୌରେ ଯେଉଁମାନଙ୍କୁ ଭେଟିଥିଲେ, ସମସ୍ତଙ୍କ ନମୁନା ପରୀକ୍ଷଣ କରାଯାଇଥିଲା। ଆଉ ସବୁ ରିପୋର୍ଟ ନେଗେଟିଭ୍ ଆସିଛି। ଏଥିରେ ଅନେକ ରାଜନେତା ଓ ଉଦ୍ୟୋଗପତି ମଧ୍ୟ ଥିଲେ। ଏମାନେ ସମସ୍ତେ କନିକା ଆୟୋଜିତ କରିଥିବା ପାର୍ଟିରେ ଯୋଗ ଦେଇଥିଲେ।



from Odisha Reporter https://ift.tt/2WGrT5a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages