କ୍ଲୋରୋକୁଇନ୍ ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଲା କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 24, 2020

କ୍ଲୋରୋକୁଇନ୍ ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଲା କେନ୍ଦ୍ର

ନୂଆଦିଲ୍ଲୀ: କ୍ଲୋରୋକୁଇନ୍ ଔଷଧ ରପ୍ତାନୀ ଉପରେ ବୁଧବାର ରୋକ୍ ଲଗାଇଲେ କେନ୍ଦ୍ର ସରକାର। ମହାମାରୀ କରୋନା ଭାଇରସର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍ ପାଳନ କରୁଛି। ଏହି ଭାଇରସର ମୁକାବିଲା କରିବା ପାଇଁ କୌଣସି ପ୍ରତିଷେଧକ ଟୀକା କିମ୍ୱା ଔଷଧ ବାହାରିନି। ହେଲେ କିଛି ରୋଗୀଙ୍କ କ୍ଷେତ୍ରରେ ମ୍ୟାଲେରିଆ ପାଇଁ ବ୍ୟବହୃତ ହେଉଥିବା ହାଇଡ୍ରୋକ୍ଲୋରୋକୁଇନ୍ ଔଷଧ ବ୍ୟବହାର କରି ଦେଶର ଡାକ୍ତରମାନେ ସଫଳ ହୋଇଛନ୍ତି।

ଏହାପରେ ସୋମବାର ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ନିର୍ଦ୍ଦେଶକ ଜେନେରାଲ ବଳରାମ ଭାର୍ଗଭ ଏହି କ୍ଲୋରୋକୁଇନ୍ ଔଷଧକୁ କରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଆଗାମୀ ଦିନରେ କ୍ଲୋରୋକୁଇନ୍ ଅଭାବ ହୋଇପାରେ ଆଶଙ୍କା କରି ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି ସରକାର। କିନ୍ତୁ ମାନବିକତା ଦୃଷ୍ଟି କୋଣରୁ ଯଦି କୌଣସି ଦେଶ ଏହି କ୍ଲୋରୋକୁଇନ୍ ଔଷଧ ପାଇଁ ଅର୍ଡର କରିବେ ତା’ହେଲେ କେନ୍ଦ୍ର ସରକାର ସହଯୋଗ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ନିକଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, କୋଭିଡ-୧୯ର ଚିକିତ୍ସା ବେଳେ କ୍ଲୋରୋକୁଇନ୍ ଔଷଧ ସହାୟକ ହେଉଛି। ଏହାପରେ ଏହି ଔଷଧର ଚାହିଦା ବୃଦ୍ଧି ପାଇଛି। ଲୋକମାନେ ଏହି ଔଷଧ କିଣୁଛନ୍ତି।

ସୂଚନାଯୋଗ୍ୟ, ଖାଲି କ୍ଲୋରୋକୁଇନ୍ ନୁହେଁ ଗତ ସପ୍ତାହ ପାଖରୁ ସ୍ୱାସ୍ଥ୍ୟ ଉପକରଣ ରପ୍ତାନୀ ଉପରେ ମଧ୍ୟ ସରକାର ରୋକ୍ ଲଗାଇଛନ୍ତି।



from Odisha Reporter https://ift.tt/2Jhoa60

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages