ଡାଇବେଟିସ୍ ପାଇଁ ଭଲ ରସୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

ଡାଇବେଟିସ୍ ପାଇଁ ଭଲ ରସୁଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇ ବ୍ଲଡ୍‌ ପ୍ରେସର ଓ ଡାଇବେଟିସ୍‌ ପରି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଆମେ ମେଡିସିନ୍‌ର ସାହାଯ୍ୟ ନେଇଥା’ନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ମେଡିସିନ୍‌ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ।

ତେଣୁ କେବଳ ମେଡିସିନ୍‌ ନୁହେଁ, ଘରୋଇ ଉପଚାର ଜରିଆରେ ମଧ୍ୟ ଏସବୁ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ। ଏଥିପାଇଁ ପ୍ରତ୍ୟେକ ଦିନ ରସୁଣ ଖାଇବା ଅଭ୍ୟାସ କରନ୍ତୁ। ରସୁଣ ଖାଇଲେ ବ୍ଲଡ୍‌ ପ୍ରେସର ସହିତ ଅନ୍ୟ କେଉଁସବୁ ରୋଗ ନିୟନ୍ତ୍ରଣ ହୋଇଥାଏ, ଜାଣି ରଖନ୍ତୁ।

୧. ରସୁଣ କେବଳ ଉଚ୍ଚ ରକ୍ତଚାପ ନୁହେଁ, ପେଟରେ ହେଉଥିବା ବିଭିନ୍ନ ସମସ୍ୟାକୁ ମଧ୍ୟ ଠିକ୍‌ କରିଥାଏ। ଆପଣ ଚାହିଁଲେ ଗୋଟିଏ କିମ୍ୱା ଦୁଇ କୋଲା କଞ୍ଚା ରସୁଣକୁ ପ୍ରତ୍ୟେକ ଦିନ ଚୋବାଇ ଖାଇପାରିବେ।

୨. ରସୁଣକୁ ସବୁଦିନ ଖାଇଲେ ଡାଇବେଟିସ୍‌ ନିୟନ୍ତ୍ରଣ ହୋଇଥାଏ। ପ୍ରକୃତ କଥା ହେଉଛି ରସୁଣ ଶରୀରକୁ ଗଲେ ସୁଗାର ନିୟନ୍ତ୍ରଣ କରିବାର ହରମୋନ୍‌ ତିଆରି କରିଥାଏ। ସେଥିପାଇଁ ଡାଇବେଟିସ୍‌ ରୋଗୀ ନିଜ ଖାଦ୍ୟରେ ରସୁଣକୁ ସାମିଲ କରନ୍ତୁ।

୩ . ରସୁଣ ହୃଦ୍‌ଜନିତ ସମସ୍ୟାକୁ ମଧ୍ୟ ଭଲ କରିଥାଏ। ରସୁଣ ଖାଇଲେ ଶରୀରରେ ରକ୍ତ ଜମାଟ ବାନ୍ଧେ ନାହିଁ। ତେଣୁ ହାର୍ଟ ଆଟାକ୍‌ର ଆଶଙ୍କା କମ୍‌ ରହିଥାଏ।

୪. ରସୁଣ ଓ ମହୁକୁ ମିଶାଇ ଖାଇଲେ ରକ୍ତ ଧମନୀ ସଫା ରହିଥାଏ ଏବଂ ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ।

୫. ରସୁଣରେ କମ୍‌ କ୍ୟାଲୋରୀ ଓ କାର୍ବ ବା କାର୍ବୋହାଇଡ୍ରେଡ୍‌ ରହିଛି, ଯାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ମହୌଷଧୀ ପରି କାମ କରିଥାଏ।



from Odisha Reporter https://ift.tt/2PFuE2l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages