୨ ଥର ମହଲତ ପରେ ବି ସୁଧୁରିଲେନି, ଟ୍ୱିନସିଟିରେ କଟିଲା ୭ ଲକ୍ଷ ଫାଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

୨ ଥର ମହଲତ ପରେ ବି ସୁଧୁରିଲେନି, ଟ୍ୱିନସିଟିରେ କଟିଲା ୭ ଲକ୍ଷ ଫାଇନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨ ଥରର ମହଲତ ପରେ ଗତକାଲିଠୁ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଛି। ୬ ମାସର  ଅବଧି ସତ୍ତ୍ୱେ ସୁଧୁରି ନାହାନ୍ତି ବହୁ ବେପରୁଆ ଗାଡ଼ି ଚାଳକ। ଗତକାଲି ଏପରି କିଛି ବେପରୁଆ ଗାଡ଼ି ଚାଳକ ପୁଲିସ୍‌ ହାବୁଡ଼ରେ ପଡ଼ିଥିବା ବେଳେ ସେମାନଙ୍କଠାରୁ ଆଦାୟ ହୋଇଛି ମୋଟା ଅଙ୍କର ଜରିମାନା । କେବଳ ଟ୍ୱିନସିଟିରେ ଗତକାଲି କଟିଛି ପ୍ରାୟ ୭ ଲକ୍ଷ ଟଙ୍କାର ଫାଇନ୍ ।

ରାଜଧାନୀ ଭୁବନେଶ୍ୱରରେ ନିୟମ ଉଲ୍ଲଙ୍ଘନକାରୀଙ୍କଠୁ ୨ ଲକ୍ଷ ୯୨ ହଜାରର ଚାଲାଣ କାଟିଛି RTO-2 । ସେଥିରୁ ୭୯ ହଜାର ୨୦୦ ଟଙ୍କା ଘଟଣାସ୍ଥଳରୁ ଆଦାୟ ହୋଇଛି । କଟକରେ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୩ ଲକ୍ଷ ୪୫ ହଜାର ଟଙ୍କା ଆଦାୟ ହୋଇଛି । ସେପଟେ ସମ୍ବଲପୁରରେ ଆଦାୟ ହୋଇଛି ୨ ଲକ୍ଷ ୬୬ ହଜାର ଟଙ୍କା ।

ରଙ୍ଗ୍ ରୁଟ୍ ଡ୍ରାଇଭିଂ, ବିନା ହେଲମେଟ, ମୋବାଇଲ ବ୍ୟବହାର, ବିନା ଲାଇସେନ୍ସ, ବିନା ସିଟ୍‌ବେଲ୍ଟ ଓ ଦ୍ରୁତ ଗାଡ଼ିଚାଳନା ପାଇଁ ଏହି ଜରିମାନା ହୋଇଥିବା ଜଣାଯାଇଛି। ଏହାକୁ ନେଇ କେତେକ ସ୍ଥାନରେ ଗାଡ଼ି ଚାଳକ ଓ ପୁଲିସ୍‌ ମଧ୍ୟରେ କଥା କଟାକଟି, ଯୁକ୍ତିତର୍କ ମଧ୍ୟ ହୋଇଥିଲା।



from Odisha Reporter https://ift.tt/38eDASO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages