କରୋନା ସତର୍କତା: ଯାନବାହନ ଚଳାଚଳ ଉପରେ ଲାଗିଲା କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 20, 2020

କରୋନା ସତର୍କତା: ଯାନବାହନ ଚଳାଚଳ ଉପରେ ଲାଗିଲା କଟକଣା

କେନ୍ଦୁଝର/ବାରିପଦା/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାନବାହନ ଚଳାଚଳ କ୍ଷେତ୍ରରେ କଡ଼ା କଟକଣା ଲାଗୁ କରାଯାଇଛି। କେଉଁଠି ଅଡ଼-ଇଭନ୍‌ ନମ୍ବର ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି ତ କେଉଁଠି ଗାଡ଼ିରେ କେତେ ସଂଖ୍ୟକ ଯାତ୍ରୀ ବସିବେ ତାକୁ ନିର୍ଦ୍ଧାରଣ କରିଛି ପ୍ରଶାସନ।

କରୋନା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଡ଼ି ଚଳାଚଳ ଉପରେ କଟକଣା ଜାରି ହୋଇଛି। ଜିଲ୍ଲାର ୫ଟି ମ୍ୟୁନିସିପାଲଟି ଯଥା, କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଚମ୍ପୁଆ ଏବଂ ଆନନ୍ଦପୁର ପାଇଁ ଏହି ନିୟମ ଲାଗୁ ହୋଇଛି। ଏହି ସବୁ ଅଞ୍ଚଳରେ ବସ୍, ଟ୍ୟାକ୍ସି, ଅଟୋ ରିକ୍ସା ଭଳି ପବ୍ଲିକ ଟ୍ରାନ୍ସପୋର୍ଟରେ ଅଡ୍-ଇଭିନ କଟକଣା ଲାଗୁ ହୋଇଛି।

ଯୁଗ୍ମ ଦିନରେ ଯୁଗ୍ମ ନମ୍ବର, ଅଯୁଗ୍ମ ଦିନରେ ଅଯୁଗ୍ମ ନମ୍ବର ଗାଡ଼ି ଚାଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ  ଘରୋଇ, ହସ୍ପିଟାଲ, ଜରୁରୀ ସେବା ଗାଡ଼ି ଉପରେ ଏହି କଟକଣା ଲାଗୁ ହେବ ନାହିଁ। ସେହିଭଳି ମୟୂରଭଞ୍ଜ ଜିଲ୍ଲାର ୪ଟି NACରେ ବି ଗାଡ଼ି ଚଳାଚଳ ଉପରେ ଲାଗିଛି କଟକଣା।

ବାରିପଦା, ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆ NACରେ ଅଡ୍-ଇଭିନ୍ ଲାଗୁ ହୋଇଛି। କେବଳ ଟ୍ୟାକ୍ସି, ଅଟୋରିକ୍ସା ଭଳି ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ କଟକଣା ଜାରି ହୋଇଛି।

ଭଦ୍ରକ ପୌରାଞ୍ଚଳରେ ଅଟୋ ରିକ୍ସା ଚଳାଚଳ ଉପରେ ଲାଗିଲା ଲାଗିଲା କଟକଣା। ପୌରାଞ୍ଚଳରେ କେବଳ ଅଟୋ ରିକ୍ସା ଉପରେ ଅଡ୍-ଇଭିନ କଟକଣା ଲାଗୁ ହୋଇଛି। ଏନେଇ ଭଦ୍ରକ ଆରଟିଓ ସୂଚନା ଦେଇଛନ୍ତି।

ଅପରପକ୍ଷେ ଗଞ୍ଜାମ ଜିଲ୍ଲାରେ ବି ଯାନବାହନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ବସ୍‌ରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧା ଯାତ୍ରୀଙ୍କୁ ନେବା ଲାଗି ନିର୍ଦ୍ଦେଶ ରହିଛି। ସେହିପରି ଅଟୋରେ ୨ଜଣ ଓ ବାଇକ୍‌ରେ ମାତ୍ର ଜଣେ ଆରୋହୀ ଯିବାକୁ ନିର୍ଦ୍ଦେଶ ରହିଛି।



from Odisha Reporter https://ift.tt/2Uw3yfU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages