୪ ଗାଡ଼ି ଚୋରି କରି ବନ୍ଧା ହେଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 20, 2020

୪ ଗାଡ଼ି ଚୋରି କରି ବନ୍ଧା ହେଲେ ଯୁବକ

ଭଦ୍ରକ(ପାର୍ଥସାରଥୀ ନାୟକ): ବାଇକ୍‌ ଚୋରିର ଅଭିନବ କୌଶଳ ଆପଣାଇ ୪ଟି ଗାଡ଼ି ଲୁଟି ନେଲେ। ଶେଷରେ ଧରା ପଡ଼ି  ଉତ୍ତମ ମଧ୍ୟମ ଖାଇଲେ। ଏହାପରେ ଉକ୍ତ ଚୋରକୁ ପୁଲିସ୍‌ ଜିମା ଦେଲେ ଲୋକେ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବାରିକପୁର ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଜଣାଯାଇଛି।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବରପଦା (କିଆ ଗଢିଆ) ଅଞ୍ଚଳର ପ୍ରଶାନ୍ତ ପରିଡା ସ୍ଥାନୀୟ ଅଞ୍ଚଳର ବହୁ ଲୋକଙ୍କଠାରୁ ବାଇକ୍‌ ଚୋରି କରି ନେଇ ପଳାଇଥିବା ଅଭିଯୋଗ ହୋଇଛି। ଗତ ସନ୍ଧ୍ୟାରେ ବାସନ୍ତୀ ଦୁର୍ଗା ପଡିଆ ନିକଟରେ ସେ ବୁଲୁଥିବା ବେଳେ ଖବର ପାଇ ଗାଁ ଲୋକେ କାବୁ କରି ନେଇଥିଲେ। ଏହାପରେ ବାସନ୍ତୀଦୁର୍ଗା ପଡିଆରେ ବାନ୍ଧି ଵହେ ଛେଚି ପୁଲିସ୍‌କୁ ଡାକି ଜିମା ଦେଇଥିଲେ।

ପୁଲିସ୍‌ ସୂଚନା ଅନୁଯାୟୀ, ପ୍ରଶାନ୍ତ ପ୍ରଥମେ ଗାଁ ଲୋକଙ୍କ କାମ କରିବା ପାଇଁ ଯାଇଥାନ୍ତି। ଏହାପରେ ବାହାନା କରି ଖାଇବା ଆଣିବାକୁ ଘର ମାଲିକଙ୍କୁଠାରୁ ବାଇକ୍‌ ମାଗି ନେଇଥାନ୍ତି। ଆଉ ତା ପରେ ବାଇକ୍‌ ଚୋରି ନେଇ ସେ ପଳାନ୍ତି । ପୁଲିସ୍‌ ତାଙ୍କୁ ପଚରାଉଚରା ଜାରି ରଖିଛି।



from Odisha Reporter https://ift.tt/2xaApij

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages