ତିଆରି ହେବ ‘ଏକ୍‌ ଭିଲେନ୍‌ ୨’, ଆସିବେ ଦୁଇ ନୂଆ ଯୋଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 11, 2020

ତିଆରି ହେବ ‘ଏକ୍‌ ଭିଲେନ୍‌ ୨’, ଆସିବେ ଦୁଇ ନୂଆ ଯୋଡ଼ି

ମୁମ୍ବାଇ: ତିଆରି ହେବ ଫିଲ୍ମ ‘ଏକ୍‌ ଭିଲେନ୍‌ ୨’।  ସିଦ୍ଧାର୍ଥ ମଲହୋତ୍ରା, ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖ ଷ୍ଟାରର୍‌ ଫିଲ୍ମ ‘ଏକ୍‌ ଭିଲେନ୍‌’ର ନିର୍ଦ୍ଦେଶକ ମୋହିତ ସୂରୀ ଏବେ ଏହାର ସିକ୍ୱେଲ୍‌ ତିଆରି କରିବାକୁ ଯୋଜନା କରିଛନ୍ତି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଏ ନେଇ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଏଥର ଫିଲ୍ମରେ ଆଉ ପୁରୁଣା ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ମିଳିବ ନାହିଁ। ନିର୍ଦ୍ଦେଶକ ସବୁ ଷ୍ଟାରକାଷ୍ଟ ବଦଳାଇ ଦେଇଛନ୍ତି। ଏଥିରେ ଦର୍ଶକ ଦୁଇଟି ନୂଆ ଯୋଡ଼ିଙ୍କୁ ଦେଖିବାକୁ ପାଇବେ।

ତରଣ ଆଦର୍ଶଙ୍କ ଟ୍ୱିଟ୍‌ ମୁତାବକ ଏହି ଫିଲ୍ମରେ ଲିଡ୍‌ ରେଲ୍‌ରେ ଜନ୍‌ ଆବ୍ରାହମ୍, ଆଦିତ୍ୟ ରୟ କପୁର, ଦିଶା ପଟାନୀ ଓ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ ଫେମ୍‌ ତାରା ସୁତାରିଆ ଅଭିନୟ କରିବେ। ସୂଚନା ଅନୁଯାୟୀ, ଫିଲ୍ମରେ ଆଦିତ୍ୟ ରୟ କପୁର ବିପକ୍ଷରେ ତାରା ସୁତାରିଆ ଓ ଜନ୍‌ ଆବ୍ରାହମ୍‌ଙ୍କ ବିପକ୍ଷରେ ଦିଶାଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଏକ ଇଣ୍ଟେନ୍ସ ଲଭ୍‌ଷ୍ଟୋରୀ ଉପରେ ତିଆରି ହେବ। ଫିଲ୍ମରେ ଜନ୍‌ ଓ ଆଦିତ୍ୟଙ୍କ ମୁହାଁମୁହିଁ ହେବ।

ନିର୍ମାତା କହିବା ମୁତାବକ ତାଙ୍କୁ ଫିଲ୍ମ ପାଇଁ ଜଣେ ଏଭଳି ଅଭିନେତ୍ରୀଙ୍କର ଆବଶ୍ୟକତା ଥିଲା ଯିଏ ଜଣେ ସିଙ୍ଗର ଭୂମିକାରେ ଫିଟ୍‌ ହେଉଥିବେ। ଆଉ ତାରା ହେଉଛନ୍ତି ସତରେ ଜଣେ ସିଙ୍ଗର୍‌। ତେଣୁ ତାଙ୍କଠୁ ଭଲ ଅପସନ୍‌ ଆଉ ମିଳି ନଥା’ନ୍ତା। ଅନ୍ୟପଟେ ପ୍ରଥମ ଥର ପାଇଁ ଦର୍ଶକ ଏହି ଫିଲ୍ମରେ ଜନ୍‌ ଓ ଦିଶାଙ୍କ ରୋମାନ୍ସ ଦେଖିବାକୁ ପାଇବେ।

୨୦୧୪ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଏକ୍‌ ଭିଲେନ୍‌’। ମୋହିତ ଏହାର ନିର୍ଦ୍ଦେଶନା ଦେଇଥିଲେ। ଦର୍ଶକଙ୍କୁ ଏହା ବେଶ୍ ପସନ୍ଦ ମଧ୍ୟ ଆସିଥିଲା। ଫିଲ୍ମରେ ଲିଡ୍‌ ରୋଲ୍‌ରେ ଶ୍ରଦ୍ଧା କପୁର, ସିଦ୍ଧାର୍ଥ ମଲହୋତ୍ରା ଓ ରିତେଶ ଦେଶ୍‌ମୁଖ ଅଭିନୟ କରିଥିଲେ। ରିତେଶ ଏଥିରେ ଭିଲେନ୍‌ ଭୂମିକାରେ ଅଭିନୟ କରିଥିଲେ, ଯାହାକି ସମସ୍ତଙ୍କୁ ବେଶ୍ ଭଲ ଲାଗିଥିଲା। ଏହା ବ୍ୟତୀତ ଫିଲ୍ମଟିର ମ୍ୟୁଜିକ୍‌ ମଧ୍ୟ ବେଶ୍ ହିଟ୍‌ ହୋଇଥିଲା। ‘ଏକ୍‌ ଭିଲେନ୍‌ ୨’ରେ ବି ଭଲ ଗୀତ ରହିବ। ଏହି ଫିଲ୍ମଟିକୁ ଭୂଷଣ କୁମାର ଓ ଏକ୍‌ତା କପୁର ପ୍ରଯୋଜନା କରୁଛନ୍ତି। ଚଳିତ ବର୍ଷ ହିଁ ଏହାର ଶୁଟିଂ ଆରମ୍ଭ ହେବ। ଫିଲ୍ମଟି ୨୦୨୧ ଜାନୁଆରୀ ୮ରେ ରିଲିଜ୍‌ ହେବ।

 

 



from Odisha Reporter https://ift.tt/2IEPWJB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages