ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାହା ହେଲେ ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଗତକାଲି ତାଙ୍କର ନିର୍ବନ୍ଧ ହୋଇଛି ବୋଲି ଜୋର୍ସୋର୍ରେ ଚର୍ଚ୍ଚା ହୋଇଥିଲା। ଏମିତିକି କିଛି ଫଟୋ ଓ ଭିଡିଓ ବି ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ତେବେ ଆଜି ସକାଳେ ଝିଲିକ୍ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ତାଙ୍କର ବାହାଘର ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି।
ଏଥିରେ ଝିଲିକ୍ ବାହାଘର ସମୟର ଏକ ଫଟୋ ଶେଆର କରି ଲେଖିଛନ୍ତି, ଆମର ବୈବାହିକ ଜୀବନ ପାଇଁ ଆମକୁ ଆଶୀର୍ବାଦ କରନ୍ତୁ। ଏହା ସହିତ ସେ ଜୟ ଜଗନ୍ନାଥ ବୋଲି ମଧ୍ୟ ଲେଖିଛନ୍ତି।
ଝିଲିକ୍ ଦୁଇଟି ଫଟୋ ଶେଆର କରିଛନ୍ତି, ଗୋଟେ ଫଟୋରେ ପ୍ରୀତିରଞ୍ଜନ ତାଙ୍କ ମଥାରେ ସିନ୍ଦୁର ଦେଉଥିବାର ଦେଖିବାକୁ ମିଳିଛି। ଅନ୍ୟଟିରେ ଝିଲିକ୍ଙ୍କ ସହିତ ପ୍ରୀତିରଞ୍ଜନ ଓ ପ୍ରଫୁଲ ଘଡ଼େଇ ରହିଛନ୍ତି। ତେବେ ଏସମ୍ପର୍କରେ ପ୍ରୀତିରଞ୍ଜନଙ୍କ ପକ୍ଷରୁ କୌଣସି ପ୍ରତିକିୟା ମିଳିପାରିନାହିଁ।
from Odisha Reporter https://ift.tt/3cSUDxm
No comments:
Post a Comment