କରୋନା ପାଇଁ ଘୁଞ୍ଚିଲା ରାଜ୍ୟସଭା ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

କରୋନା ପାଇଁ ଘୁଞ୍ଚିଲା ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: ଗୁରୁବାର ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରହିଛି। କରୋନା ଭାଇରସ୍‌ର ମୁକାବିଲା ପାଇଁ ଦିଲ୍ଲୀ ଏବଂ ପ୍ରାୟ ସମସ୍ତ ରାଜ୍ୟ ବର୍ତ୍ତମାନ ଲକ୍‌ଡାଉନ୍‌ରେ ରହିଥିବାରୁ ଏହି ନିର୍ବାଚନକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ କମିଶନ ମାର୍ଚ୍ଚ ୩୧ ପରେ ସ୍ଥିତି ସମୀକ୍ଷା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ଆଜି ନିର୍ବାଚନ କମିଶନ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, “ଜନସ୍ୱାସ୍ଥ୍ୟ ସ୍ଥିତି ବର୍ତ୍ତମାନ ଜରୁରୀକାଳୀନ ହୋଇପଡ଼ିଥିବାରୁ ଏକତ୍ରତ ହେବାର ସମ୍ଭାବନାକୁ ଏଡ଼ାଇବାକୁ ହେବ।”

ସୂଚନାଯୋଗ୍ୟ ଯେ, ନିର୍ବାଚନୀ ପ୍ରକ୍ରିୟାରେ ପୋଲିଂ ଅଧିକାରୀ, ରାଜନୀତିକ ଦଳଙ୍କ ପ୍ରତିନିଧି, ସପୋର୍ଟ ଅଫିସିଆଲ ଏବଂ ବିଧାୟକ ଆଦିଙ୍କ ଏକତ୍ରୀକରଣର କାରଣ ପାଲଟିଥା’ନ୍ତା। ବର୍ତ୍ତମାନର ସଙ୍ଗିନ ସ୍ଥିତିକୁ ଦେଖିଲେ ଏହା ସମ୍ଭବପର ନୁହେଁ। ତେଣୁ ଏହାକୁ ସ୍ଥଗିତ ରଖାଯାଇଛି। ଗୁଜରାଟ ଓ ଆନ୍ଧ୍ରପ୍ରଦେଶରେ ୪ଟି ଲେଖାଏ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ୩ଟି ଲେଖାଏ, ଝାରଖଣ୍ଡରେ ୨ଟି ଆସନ ଏବଂ ମଣିପୁର ଓ ମେଘାଳୟରେ ଗୋଟିଏ ଲେଖାଏ ଆସନ ପାଇଁ ନିର୍ବାଚନ ହେବାର ଅଛି।

ଚଳିତ ଥରର ରାଜ୍ୟସଭା ନିର୍ବାଚନରେ ମଧ୍ୟପ୍ରଦେଶର ପ୍ରମୁଖ ଚେହେରା ତଥା କଂଗ୍ରେସରୁ ବିଜେପି ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ସଂସଦ ଯିବାର ସୁଯୋଗ ରହିଛି। ତେବେ ନିର୍ବାଚନ ଘୁଞ୍ଚିଥିବାରୁ ତାଙ୍କ ପାଇଁ ଏହି ସୁଯୋଗ ମଧ୍ୟ ଆଉ କିଛି ଦିନ ଘୁଞ୍ଚିଯାଇଛି।

ରାଜ୍ୟସଭାର କିଛି ସଦସ୍ୟଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ ଏହି ନିର୍ବାଚନ ହେବାର ଥିଲା। ୧୭ ରାଜ୍ୟରେ ଏଥିପାଇଁ ୫୫ଟି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ଏଥିରୁ ୩୭ ଜଣ ନିର୍ଦ୍ୱର୍ନ୍ଦ୍ୱରେ ବିଜୟୀ ହୋଇଥିଲେ। ଗୁରୁବାର ୧୮ଟି ଆସନ ପାଇଁ ନିର୍ବାଚନ ହେବାର ଥିଲା। ବୁଧବାର ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା।



from Odisha Reporter https://ift.tt/33Ecunw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages