ୱାଶିଂଟନ୍: ସୋମବାର ଏସୀୟ-ଆମେରିକୀୟଙ୍କ ସମର୍ଥନରେ ଟ୍ରମ୍ପ ମୁହଁ ଖୋଲିଛନ୍ତି। ଆମେରିକାରେ ସେମାନଙ୍କୁ ‘କରୋନା’ ଭୂତାଣୁର ବାହକୁ ଭାବେ ଚିତ୍ରିତ କରି ହଇରାଣ କରାଯାଉଥିବାରୁ ସେ ପ୍ରତିକ୍ରିୟା ରଖିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ନିଜେ ‘କରୋନା’କୁ ‘ଚାଇନିଜ୍ ଭାଇରସ୍’ କହିଥିଲେ। ତେବେ ଏହାପରେ ଏସୀୟ ବଂଶୋଦ୍ଭବଙ୍କୁ ଆମେରିକାରେ ଆକ୍ଷେପ କରାଯାଉଥିବାରୁ ଟ୍ରମ୍ପ ପ୍ରଶାସନ ଅଡ଼ୁଆରେ ପଡ଼ିଛି। ଗତ ସପ୍ତାହର ମନ୍ତବ୍ୟ ପରେ ତାଙ୍କୁ ସ୍ୱର ବଦଳାଇବାକୁ ପଡ଼ିଥିବା କୁହାଯାଉଛି।
ଟ୍ରମ୍ପ ଟ୍ୱିଟରରେ କହିଛନ୍ତି, “ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମକୁ ଏସୀୟ-ଆମେରିକୀୟ ଲୋକଙ୍କୁ ଉଭୟ ଆମେରିକାରେ ଏବଂ ସାରା ବିଶ୍ୱରେ ସମ୍ପୂର୍ଣ୍ଣ ସୁରକ୍ଷା ଦେବାକୁ ହେବ।” ସେ କହିଛନ୍ତି, “ଏସୀୟ-ଆମେରିକୀୟ ଲୋକ ଚମତ୍କାର ଲୋକ। ଭାଇରସ୍ ବ୍ୟାପିବା ସେମାନଙ୍କର ଭୁଲ ନୁହେଁ। ଏହି ଭୂତାଣୁର ମୁକାବିଲାରେ ସେମାନେ ଆମ ସହ କାମ କରୁଛନ୍ତି।”
ସୂଚନାଯୋଗ୍ୟ ଯେ, ଆମେରିକାରେ ଏଭଳି ବର୍ଣ୍ଣ ବୈଷମ୍ୟତା ବାବଦରେ ଲଗାତାର ଅଭିଯୋଗ ଆସୁଛି। ଏପରିକି ନ୍ୟୁୟର୍କର ସବ୍ୱେଠାରେ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଟ୍ରମ୍ପ ଏହା ପୂର୍ବରୁ କହିଥିଲେ, ଏହି ଭାଇରସ୍କୁ ‘ଚାଇନିଜ୍ ଭାଇରସ୍’ କହିବା ଠିକ ହେବ। କାରଣ ୧୬ ହଜାର ଜୀବନ ନେଇସାରିଥିବା ଏହି ଭାଇରସ୍ ଚାଇନିଜ୍ ସହର ଉହାନ୍ରେ ପ୍ରଥମେ ଠାବ କରାଯାଇଥିଲା।
from Odisha Reporter https://ift.tt/2QH7I39
No comments:
Post a Comment