ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସାରା ଦେଶ ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି କର୍ଫ୍ୟୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ସାମାଜିକ ଦୂରତ୍ୱ ଦ୍ୱାରା କୋରନା ଭାଇରସ୍କୁ ମାତ୍ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଦେଇଥିବା ବେଳେ ଏଥିରେ ଓଲିଉଡ୍ କଳାକାରମାନେ ବି ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତା ସବ୍ୟସାଚୀ, ଅନୁଭବ, ଜ୍ୟୋତି ଓ ବାବୁସାନଙ୍କ ଠାରୁ ଆରମ୍ଭକରି ଅଭିନେତ୍ରୀ ଅର୍ଚିତା, ଭୂମିକା, ଏଲିନା, ତମନ୍ନା, ବର୍ଷା ଓ ଅନୁଭା। ଏମାନଙ୍କ ସମେତ ଆହୁରି ଅନେକ କଳାକାର ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।
ବାବୁସାନ ମହାନ୍ତି ସୋଶାଲ ମିଡିଆରେ ଏ ନେଇ ଏକ ଭିଡିଓ ମଧ୍ୟ ଶେଆର କରିଛନ୍ତି। ଏଥିରେ ସେ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ କେହିବି ଘରୁ ବାହାରକୁ ବାହାରନ୍ତୁ ନାହିଁ। ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ଦେଶର ହିତ ପାଇଁ ଏହି ଜନତା କର୍ଫ୍ୟୁକୁୁ ସମର୍ଥନ କରନ୍ତୁ।
ସେହିଭଳି ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି, କୋରନା ଭାଇରସ ଧୀରେ ଧୀରେ କାୟା ବିସ୍ତାର କରିଚାଲିଛି। ଏଣୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିହାତି ଆବଶ୍ୟକ।
ଅଭିନେତ୍ରୀ ଭୂମିକା ମଧ୍ୟ ଏକ ଭିଡିଓ ଶେଆର କରି ସେ ନିଜେ ଘରେ ଅଛନ୍ତି ଓ ଅନ୍ୟମାନେ ବି ଘରେ ରୁହନ୍ତୁ ବୋଲି ନିବେଦନ କରିଛନ୍ତି। ସେହିପରି ଅର୍ଚିତା, ତମନ୍ନା ଏବଂ ଅନୁଭା ମଧ୍ୟ ଭିଡିଓ ଶେଆର୍ କରି ଘରେ ଅଛନ୍ତି ବୋଲି କହିଛନ୍ତି ଏବଂ ଜନତା କର୍ଫ୍ୟୁରେ ସାମିଲ ହେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଆଜି କର୍ଫ୍ୟୁ ପାଳନ କରିବ ସହ କିଛି କଳାକାର ହାତ ଧୋଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି।
from Odisha Reporter https://ift.tt/3bi6m6Z
No comments:
Post a Comment