ଜନତା କର୍ଫ୍ୟୁ: ଆଜି ଘରେ ରହି କାମ କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 21, 2020

ଜନତା କର୍ଫ୍ୟୁ: ଆଜି ଘରେ ରହି କାମ କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶ ଆଜି ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ଚାଲିବ। ସାରା ଦିନ ଦେଶବାସୀ ଘରେ ରହିବେ ଏବଂ ଅତ୍ୟାବଶ୍ୟକ ନ ହେଲେ ବାହାରକୁ ବାହାରିବେ ନାହିଁ। କରୋନା ଭୂତାଣୁକୁ ପରାସ୍ତ କରିବାକୁ ଏହା ଏକ ବଡ଼ ପଦକ୍ଷେପ ହୋଇଥିବା ବେଳେ ଏହାକୁ ସଫଳ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁରୋଧ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ସିଂ ଟ୍ୱିଟ୍ କରି ଦେଶବାସୀଙ୍କୁ ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇ ଘରେ ରହିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏହା ହେଉଛି ବିଶ୍ୱ ମହାମାରୀ ବିରୋଧରେ ମଣିଷତ୍ୱର ମଙ୍ଗଳ ପାଇଁ ନିଆଯାଇଥିବା ସବୁଠାରୁ ବଡ଼ ସାମାଜିକ ଦୂରତ୍ୱ ଏବଂ ଜନସଚେତନତା ପଦକ୍ଷେପଗୁଡ଼ିକ ମଧ୍ୟରୁ ଅନ୍ୟତମ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଆଜି ଘରେ ରହି କାମ କରୁଛି। ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ, ଜରୁରୀକାଳୀନ ପରିସ୍ଥିତି ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଘରେ ରୁହନ୍ତୁ ବା ଘରେ ରହି କାମ କରନ୍ତୁ। ଆଉ ପ୍ରଧାନମନ୍ତ୍ରୀ ଦେଇଥିବା ‘ଜନତା କର୍ଫ୍ୟୁ’ ଡାକରାକୁ ସହଯୋଗ କରନ୍ତୁ ବୋଲି ରାଜନାଥ ସିଂ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ସକାଳୁ ସକାଳୁ ଟୁଇଟ୍ କରି ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି।



from Odisha Reporter https://ift.tt/2WAmjBs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages