ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ମୋହଲା କ୍ଲିନିକରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତରଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି। ଡାକ୍ତରଙ୍କୁ କରୋନା ହୋଇଥିବାରୁ ତାଙ୍କ ପାଖକୁ ଯାଇଥିବା ରୋଗୀମାନେ ମଧ୍ୟ ଏଥିରେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହି କାରଣରୁ ମୌଜପୁରରେ ଥିବା ଏହି କ୍ଲିନିକକୁ ମାର୍ଚ୍ଚ ୧୨ରୁ ମାର୍ଚ୍ଚ ୧୮ ଯାଏ ଯାଇଥିବା ସମସ୍ତ ଲୋକଙ୍କୁ ସରକାରଙ୍କ ପକ୍ଷରୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଯଦି କାହା ଶରୀରରେ କୋଭିଡ୍-୧୯ର ଲକ୍ଷଣ ଦେଖାଯାଏ, ତା’ହେଲେ ସେମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।
କରୋନା ଭୂତାଣୁରେ ଆକ୍ରାନ୍ତ ଡାକ୍ତର ଜଣଙ୍କ ନିକଟରେ ବିଦେଶ ଗସ୍ତ କରିଥିଲେ କି ନାହିଁ, ତାହା ଜଣାପଡ଼ିନାହିଁ। ଦିଲ୍ଲୀ ସରକାର ଗରିବ ଶ୍ରେଣୀର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ମୋହଲା କ୍ଲିନିକ ସ୍ଥାପନ କରିଛନ୍ତି।
ଏଭଳି ସ୍ଥିତିରେ ମୋହଲା କ୍ଲିନିକ୍ରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବାରୁ ଏହା ବସ୍ତି ଅଞ୍ଚଳରେ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ସାଧରଣତଃ ଆର୍ଥିକ ପଛୁଆ ଶ୍ରେଣୀର ଲୋକ ଓ ବସ୍ତି ବାସିନ୍ଦା ଏଠାକୁ ନିୟମିତ ଆସିଥାଆନ୍ତି।
from Odisha Reporter https://ift.tt/3dyVC6i
No comments:
Post a Comment