ଟୋଲ୍‌ ପ୍ଲାଜାରେ ଫି’ ଆଦାୟ ବନ୍ଦ କଲେ କେନ୍ଦ୍ର ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ଟୋଲ୍‌ ପ୍ଲାଜାରେ ଫି’ ଆଦାୟ ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶରେ ୨୧ ଦିନ ପାଇଁ ଲକଡାଉନ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ ପ୍ଲାଜାରେ ଫି’ ଆଦାୟ ଉପରେ କେନ୍ଦ୍ର ସରକାର ରୋଗ ଲଗାଇଛନ୍ତି।

ଲକଡାଉନ ବେଳେ ଜରୁରୀ ସାମଗ୍ରୀ ଓ ସେବାକୁ ନିରବଚ୍ଛିନ୍ନ ଭାବେ ଜାରି ରଖିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି।

ଶ୍ରୀ ଗଡ଼କରୀ କହିଛନ୍ତି, “କରୋନା ଭାଇରସକୁ ଦୃଷ୍ଟିରେ ରଖି ଭାରତରେ ଥିବା ସମସ୍ତ ଟୋଲ ପ୍ଲାଜାରେ ସାମୟିକ ଭାବେ ଫି’ ଆଦାୟ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ଜରୁରୀ ସେବାରେ ବ୍ୟବହୃତ ଗାଡ଼ିଗୁଡ଼ିକ କୌଣସି ଅସବୁଧାର ସମ୍ମୁଖୀନ ହେବେ ନାହିଁ କିମ୍ବା ଅଯଥା ସମୟ ନଷ୍ଟ ହେବନାହିଁ।

ତେବେ ଟୋଲ ପ୍ଲାଜାରେ ପୂର୍ବଭଳି ଜରୁରୀ ସାମଗ୍ରୀ ଉପଲବ୍ଧ ରହିବ।” ଏହାପୂର୍ବରୁ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏନଏଚ୍ଏଆଇକୁ ସରକାର ଲକଡାଉନ ବେଳେ ଟୋଲପ୍ଲାଜା ପାଇଁ ଜାରି କରିଥିବା ଗାଇଡ୍‌ଲାଇନକୁ ପାଳନ କରିବାକୁ କହିଥିଲା।



from Odisha Reporter https://ift.tt/33KZRHj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages