କଳାକାର ବି ତାଳି ମାରିଲେ ଓ ଥାଳି ବଜାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 22, 2020

କଳାକାର ବି ତାଳି ମାରିଲେ ଓ ଥାଳି ବଜାଇଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ ଦୂରତ୍ୱ ମାଧ୍ୟମରେ କରୋନାକୁ ମାତ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଗତକାଲି ସାରା ଦେଶ ‘ଜନତା କର୍ଫ୍ୟୁ’ ପାଳନ କରିଥିଲା। ସେହିପରି ପ୍ରଧାନମନ୍ତ୍ରୀଙ୍କ ନିବେଦନ ଅନୁଯାୟୀ ଅପରାହ୍ନ ଠିକ୍‌ ୫ଟା ବେଳେ ଜରୁରୀକାଳିନ ପରିସ୍ଥିତିରେ କାମ କରୁଥିବ କର୍ମଚାରୀ ଯେମିତିକି- ଡାକ୍ତର, ନର୍ସ, ପୌରପାଳିକା କର୍ମଚାରୀ, ପୁଲିସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେବା ପାଇଁ ଲୋକମାନେ ଝରକା ପାଖରେ, ବାଲକୋନିରେ ଓ ଛାତ ଉପରେ ଛିଡ଼ା ହୋଇ ତାଳି ମାରିଥିଲେ ଓ ଥାଳି ବଜାଇଥିଲେ। ତା’ସହିତ କେହି କେହି ଘଣ୍ଟ ଓ ଘଣ୍ଟି ବଜାଇଥିଲେ।

ଅନ୍ୟମାନଙ୍କ ଭଳି ପୂରା ବଲିଉଡ୍ ଏଥିରେ ସାମିଲ ହୋଇଥିଲା। ଅନେକ କଳାକାର ତାଳି ମାରିଥିଲେ ଓ ଥାଳି ବି ବଜାଇ ଥିଲେ। ‘ଖିଲାଡ଼ୀ କୁମାର’ ଅକ୍ଷୟ ଜରୁରୀସେବାରେ ନିୟୋଜିତ କର୍ମଚାରୀଙ୍କୁ ଧନ୍ୟବାଦ ଦେବାପାଇଁ ୫ଟା ବେଳେ ଘରୁ ବାହାରି ଥାଳି ବଜାଇଥିଲେ। ତା’ ସହିତ ତାଳି ବି ମାରିଥିଲେ। ଏହି  ଭିଡିଓକୁ ସେ ଟ୍ୱିଟରେ ଶେଆର କରିଛନ୍ତି।  ଏଥିରେ ସେ ହ୍ରିତିକ୍‌ ରୋଶନ୍‌ ଓ ପ୍ରଯୋଜକ ସାଜିଦ ନାଡିୟାଡ଼ବାଲା ପାଚେରି ଉପରେ ଠିଆହୋଇ ଥାଳି ବଜାଇବାର ଦେଖିବାକୁ ମିଳିଛି। ଥାଳି ବଜାଇବା ସହିତ ସେମାନେ ତାଳି ବି ମାରିଥିଲେ।
ଏହି ଭିଡିଓକୁ ଅକ୍ଷୟ ଟ୍ୱିଟରରେ ଶେଆର କରି ଲେଖିଛନ୍ତି, ଅପରାହ୍ନ ୫ଟା ବେଳେ ୫ମିନିଟ୍‌ ପାଇଁ ମୋ ପଡ଼ୋଶୀଙ୍କ ସହ ମିଶି ସେଇଲୋକ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛି ଯେଉଁମାନଙ୍କ ପାଇଁ ଘରେ ରହିବାର ସୁଯୋଗ ନାହିଁ ଓ ଯେଉଁମାନେ ଆମକୁ ସୁରକ୍ଷିତ ରଖିବା ପାଇଁ ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରୁଛନ୍ତି। ଜରୁରୀସେବା ଯୋଗାଇ ଦେବା ପାଇଁ ନିଃସ୍ୱାର୍ଥପର ଭାବେ କାମ କରୁଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ।

 

ସେହିପରି ‘ବିଗ୍ ବି’ ଅମିତାଭ ବଚ୍ଚନ ଘର ଛାତ ଉପରେ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ମିଶି ଏଥିରେ ସାମିଲ ହୋଇଥିଲେ। ଟ୍ୱିଟରରେ ସେ ବି ଏନେଇ ଭିଡିଓ ଶେଆର କରିଛନ୍ତି। ସେ ତାଳି ମାରୁଥିବା ବେଳେ ଐଶ୍ୱର୍ଯ୍ୟା ରୟ ଓ ତାଙ୍କ ଝିଅ ଘଣ୍ଟି ବଜାଇଥିଲେ। ଅନୁପମ ଖେର ମଧ୍ୟ ଘର ବାଲ୍‌କୋନୀରେ ଛିଡ଼ା ହୋଇ ଥାଳି ବଜାଇଥିଲେ। ସେହିପରି ଦୀପିକା ପାଦୁକୋନ୍, ରଣବୀର ସିଂହ, ଟ୍ଵିଙ୍କିଲ ଖାନ୍ନା, କିଆରା ଆଡ଼ଭାନି, ଆଲିଆ, କ୍ୟାଟ୍ରିନା ଓ ବରୁଣ ପ୍ରମୁଖ ତାଳି ମାରି ଧନ୍ୟବାଦ ଜଣାଇଥିଲେ।



from Odisha Reporter https://ift.tt/2vH5J7M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages