ଲକ୍ ଡାଉନକୁ ଗମ୍ଭୀରତାର ସହ ନେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 22, 2020

ଲକ୍ ଡାଉନକୁ ଗମ୍ଭୀରତାର ସହ ନେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଲକ୍ ଡାଉନ୍ ବେଳେ ଲୋକମାନେ କରୋନା ମୁକାବିଲା ପାଇଁ ଆବଶ୍ୟକ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଟୁଇଟ୍ କରି ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ରାଜ୍ୟ ସରକାରଙ୍କୁ ଆଇନ୍ ଓ ନିୟମ କଡ଼ାକଡ଼ି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୦ ଛୁଇଁଥିବା ବେଳେ ଏଯାବତ ୭ ଜଣଙ୍କର ମୃତ୍ୟୁ ଘଟିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ ଲକ୍ ଡାଉନକୁ ଅନେକ ଲୋକ ହାଲୁକା ଭାବରେ ଗ୍ରହଣ କରୁଛନ୍ତି। ଦୟାକରି ନିଜକୁ ସୁରକ୍ଷିତ ରଖିବା ସହିତ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ, କରୋନା ମୁକାବିଲା ପାଇଁ ସମସ୍ତ ଗାଇଡ୍ ଲାଇନ୍ ପାଳନ କରନ୍ତୁ। ମୁଁ ସମସ୍ତ ରାଜ୍ୟ ସରକାରଙ୍କୁ ଆହ୍ୱାନ କରୁଛି ସମସ୍ତ ନିୟମ ଏବଂ ଆଇନ୍ କଡ଼ାକଡ଼ି ଭାବରେ ପାଳନ ହେବା ଦରକାର’।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରବିବାର ପ୍ରଥମେ ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ ପାଳନ ହୋଇଥିଲା। ମୋଦୀଙ୍କ ଆହ୍ୱାନ କ୍ରମେ କରୋନା ମୁକାବିଲାରେ ସାମିଲ୍ ହୋଇଥିବା ଡାକ୍ତର, ପୁଲିସ ଓ ମିଡିଆ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ସଂଧ୍ୟା ୫ଟାରେ ଘର ବାଲକୋନୀରେ ଛିଡ଼ା ହୋଇ ଥାଳି, ତାଳି ନହେଲେ ଘଣ୍ଟି ବଜାଇବାକୁ କହିଥିଲେ। ହେଲେ ଏହି ସମୟରେ ଅନେକ ଲୋକ ଏକାଠି ହୋଇ ସଂକୀର୍ତ୍ତନ କରିବା ସହିତ ହସ ଖୁସି ହୋଇଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋଶାଲ ମିଡିଆରେ ଘୁରି ବୁଲୁଛି।

ଏବେ ଦେଶର ଅଧିକାଂଶ ରାଜ୍ୟରେ ଲକ୍ ଡାଉନ୍ ଘୋଷଣା ହୋଇଛି। ଲୋକମାନଙ୍କୁ ଘରୁ ବାହାରିବା ନେଇ କଟକଣା ଲଗାଯାଇଛି। କେବଳ ଜରୁରୀକାଳୀନ ସ୍ଥିତି ଓ ଆବଶ୍ୟକ ଥିଲେ ବାହାରିବାକୁ କୁହାଯାଇଛି।



from Odisha Reporter https://ift.tt/3bkIiAs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages