ମେଲଣରେ ଦୋକାନ ପକାଇବାକୁ ଯାଉଥିଲେ, ହେଲେ ବାଟରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 8, 2020

ମେଲଣରେ ଦୋକାନ ପକାଇବାକୁ ଯାଉଥିଲେ, ହେଲେ ବାଟରେ…

ସୋର(ଶଶିକାନ୍ତ ବେହେରା): ମେଲଣରେ ଦୋକାନ ପକାଇବାକୁ ଅଜା, ଆଇ ଓ ନାତି ଦୋକାନ ସାମଗ୍ରୀ ନେଇ ଅଟୋରେ ଯାଉଥିଲେ। ହେଲେ ଦୁର୍ଘଟଣାରେ ଅଜାର ମୃତ୍ୟୁ ଘଟିଥିବା ବେଳେ ଆଈ, ନାତି ଓ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି। 

ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋବିନ୍ଦ ଚନ୍ଦ୍ର ବିନ୍ଧାଣୀ। ଗୁରୁତର ଉମା ବିନ୍ଧାଣୀ, ନାତି ଦେବାଶିଷ ଓ ଅଟୋ ଡ୍ରାଇଭରଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ମଙ୍ଗଳପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଆଜି ସକାଳେ ଅଜା, ଆଈ ଓ ନାତି ମେଲଣରେ ଦୋକାନ ପକାଇବା ପାଇଁ  ଅଟୋ ଯୋଗେ ବେତଡ଼ା ହାଟକୁ ଯାଉଥିଲେ। ତେବେ ସୋର ଛକ ନିକଟରେ ସେମାନଙ୍କ ଅଟୋକୁ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇଥିଲା। ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଅଜାର ମୃତ୍ୟୁ ଘଟିଥିବା ବେଳେ ଆଈ, ନାତି ଓ ଅଟୋ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2TOFGn5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages